Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିମାନରେ ଆସିଲେ ବି ୧୪ ଦିନିଆ କ୍ବାରେଣ୍ଟାଇନ୍‌ ଜରୁରୀ
  • ||
  • ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ଦେଖାଇଲେ ରାଜ୍ୟକୁ ମିଳିବ ଏଣ୍ଟ୍ରି
  • ||
  • ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ସମସ୍ତ ସୀମା ସିଲ୍‌ ହେବ
  • ||
  • ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା
  • ||
  • ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନିଆ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ
  • ||
  • ଭୁବନେଶ୍ବରରେ ରିଙ୍ଗ୍‌ ରୋଡ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ, ରାଜ୍ୟ ସରକାର ବହନ କରିବେ ୬୦୦ କୋଟି ଟଙ୍କା
  • ||
  • ଭୁବନେଶ୍ବର : BMCରେ ବଢିଲା ରାପିଡ୍ ରେସପନ୍ସ ଟିମ୍ ସଂଖ୍ୟା, ୬୭ଟି ୱାର୍ଡ ପାଇଁ ୩୯ଟିମ୍
  • ||
  • ଭୁବନେଶ୍ବର : ପ୍ରଧାନମନ୍ତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ, ଦେଶରେ ଅକ୍ସିଜେନ୍ ଆବଶ୍ୟକତାକୁ ପୂରଣ ପାଇଁ ସହଯୋଗ କରିବ ଓଡିଶା
  • ||
  • କେନ୍ଦୁଝର : ଶୌଚ ସାରି ଫେରିବା ବେଳେ ବଜ୍ରପାତ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ରାଉରକେଲା : ବ୍ରାହ୍ମଣୀ ବ୍ରିଜ୍‌ରୁ ନଦୀକୁ ଡେଇଁଲେ ମହିଳା, ଗୁରୁତର ଅବସ୍ଥାରେ ଉଦ୍ଧାର
  • ||

ଜନତା କର୍ଫ୍ୟୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍‌ସିଂରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ: ବିଜେଡିର ସ୍ବାଗତ, କଂଗ୍ରେସ କହିଲା ପ୍ରଚାର ଅଧିକ

20/03/2020 at 9:41 PM

ଭୁବନେଶ୍ବର୨୦/୩: ମାର୍ଚ୍ଚ ୨୨  ଜନତା କର୍ଫ୍ୟୁକୁ ସ୍ବାଗତ କରିଛିନ୍ତି ତିନି ଦଳ। କେବଳ ସଙ୍ଗରୋଧ ଦ୍ବାରା ହିଁ କରୋନାରୁ ରକ୍ଷା ମିଳିପାରିବ। ପ୍ରଧାନମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ  ସମସ୍ତେ  ସମର୍ଥନ  ଦେଇଛନ୍ତି।  ଯେଉଁ ମାନେ ବିପଦରେ ପଡି ସେବା ଯୋଗାଉଛନ୍ତି। ସେମାନଙ୍କୁ ଘଣ୍ଟା ଓ ତାଳି ବାଡେଇ ସ୍ବାଗତ କରିବାକୁ କହିଛନ୍ତି। ଯାହାକୁ ବିରୋଧୀ ନାପସନ୍ଦ କରିଛନ୍ତି।

ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ଦେଶରେ ବଢୁଥିବା କରୋନା ରୋଗ ସଂପର୍କରେ କି କି ପଦକ୍ଷେପ ନିଆଯାଇଛି ଏବଂ ଆଗକୁ କି କି ପଦକ୍ଷେପ ନିଆଯିବ ଭିଡିଓ କନଫରେନ୍‌ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଛନ୍ତି। ପୂର୍ବରୁ ସାର୍କ ଦେଶ ସହିତ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଆଲୋଚନା କରିଥିବା ପ୍ରଧାନମନ୍ତ୍ରୀ ଆଜି ଦେଶର ବିଭିନ୍ନ ଭାଗର ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ ଅନ୍ୟ ମୁଖ୍ୟମନ୍ତ୍ରୀ ମାନେ ସାମିଲ ହୋଇଥିଲେ।

ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ପାଇଁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ରବିବାର ସକାଳ ୭ରୁ ରାତି ୯ଟା ପ୍ରର୍ଯ୍ୟନ୍ତ କେହି ଘରୁ ନବାହାରିବାକୁ ଅପିଲ କରିଛନ୍ତି । ଏହାକୁ ସୋସିଆଲ ମିଡିଆଠାରୁ ରାଜନୈତିକ ସ୍ତରରେ ଖୁବ ସମର୍ଥନ ମିଳିଛି। ରବିବାର ଅଧିକାଂଶ ଲୋକ ଆଉଟିଂ କରୁଥିବାରୁ ଏହାକୁ ରୋକିବାରେ ଜନତା କର୍ଫ୍ୟୁ ସହାୟକ ହେବ ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ସ୍ବାଗତ କରିଛି  ବିଜେଡି । କେବଳ ଜନତା କର୍ଫ୍ୟୁ ନୁହେଁ ରାଜ୍ୟସରକାର ମଧ୍ୟ ସଚେତନତ​କୁ ଜୋରଦାର କରିଛନ୍ତି ବୋଲି ବିଜେଡି କହିଛି। ଜନତା କର୍ଫ୍ୟୁକୁ ବିରୋଧୀ ସ୍ବାଗତ କରୁଥିବା ବେଳେ ଅଧିକ ପ୍ରଚାର କରାଯାଉଥିବା କଂଗ୍ରେସ କହିଛି।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ଏବେ ଅଧିକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏବେ ପରସ୍ପରଠାରୁ ଦୂରେଇ ରହିବା ଲାଗି ସବୁଠି ଜୋର ଦିଆଯାଉଛି।

   Related Posts