Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ଚିଟଫଣ୍ଡ ଲିଙ୍କରେ ଅଛନ୍ତି କି ବ୍ଲକ ଯୁବ ବିଜେଡି ଉପସଭାପତି ? ଅଟକ ଭିଡିଓ ଭାଇରାଲ

23/07/2021 at 8:48 PM

ନୀଳଗିରି, ୨୩/୭: ନୂତନ କରି ଚୟନ ହୋଇଥିବା ଯୁବ ବିଜେଡି ଉପସଭାପତିଙ୍କୁ ମହିଳା ଅଟକ ରଖିଥିବାର ଭିଡିଓ ଫୁଟେଜ ନୀଳଗିରି ଅଞ୍ଚଳରେ ଭାଇରାଲ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସେ ଚିଟଫଣ୍ଡ ସଂସ୍ଥାରେ ଲିଙ୍କ ଥିବା ଅଭିଯୋଗ ଉଠିଛି । ସୂଚନାଯୋଗ୍ୟ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଯୁବ ବିଜେଡି ଉପସଭାପତି ଭାବେ ନୂତନ କରି ବାଦଲ କୁମାର ପଣ୍ଡାଙ୍କୁ ଜିଲ୍ଲା ଯୁବ ସଭାପତି ତାପସ କୁମାର ପରିଡା ମନୋନୀତ କରିଥିଲେ।

ପୂର୍ବରୁ ସେ ଏକ ସ୍ବେଛାସେବୀ ସଂଗଠନରେ ସକ୍ରିୟ ରହିବା ପରେ ତାଙ୍କ ଉପରେ ଆସ୍ଥା ରଖି ମନୋନୀତ କରାଯାଇଥିଲା । ହେଲେ ଆଜି ତାଙ୍କୁ କିଛି ମହିଳା ଓ ଅଞ୍ଚଳବାସୀ ଅଟକ ରଖିବା ଓ ଗାଳିଗୁଲଜ କରିବାର ଭିଡିଓ ଫୁଟେଜ ଫେସବୁକରେ ଭାଇରାଲ ହୋଇଛି । ଯାହା ସୂଚନା ମିଳିଛି ବାଦଲ କୁମାର ପଣ୍ଡା ପୂର୍ବରୁ ଏକ ଅରେକ୍ସା ଡିଲ ନାମକ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ତାଙ୍କ ଅଧୀନରେ କିଛି ଏଜେଣ୍ଟ କାମ କରୁଥିବାର ଜଣାପଡିଛି ।

ହୀତାଧିକାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ରସିଦ ନଦେଇ ମୋବାଇଲରେ ମେସେଜ ପଠାଇ ସୂଚନା ଦିଆଯାଇଥିବା ଅଭିଯୋଗ ହୋଇଛି । ହେଲେ ପରବର୍ତ୍ତି ମୁହୂର୍ତ୍ତରେ ଏହା ଚିଟଫଣ୍ଡ ସଂସ୍ଥା ବୋଲି ଜଣା ପଡିବା ପରେ ସ୍ଥାନୀୟ କିଛି ଏଜେଣ୍ଟଙ୍କୁ ଜମାକାରୀ ମାନେ ଘେରିଥିଲେ । ପରେ ଅତିଷ୍ଠ ହୋଇ ସଂପୃକ୍ତ ସଂସ୍ଥା ସହିତ ପରିଚିତ କରିଥିବା ବାଦଲଙ୍କୁ ହିତାଧିକାରୀ ଓ ଏଜେଣ୍ଟ ମାନେ ଅଟକ ରଖିଥିଲେ । ଅତି ଚତୁରତାର ସହ ଏହି ଭିଡିଓ ଫୁଟେଜ ଉଠାଇ ନେଇଥିଲେ । ଏପରିକି ଟଙ୍କା ଫେରସ୍ଥ କରିବାର ଏଗ୍ରିମେଣ୍ଟ ମଧ୍ୟ କରିନେଇଥିଲେ । ହେଲେ ଏହି ଫୁଟେଜ ଆଜି ଭାଇରାଲ ପରେ ଆଜି ନୀଳଗିରିରେ ଘଟଣାକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି ।

ସେପଟେ ଘଟଣାକୁ ନେଇ ବାଦଲ କୁମାର ପଣ୍ଡାଙ୍କ ମତାମତ ନେବା ପରେ ଘଟଣାକୁ ଖଣ୍ଡନ କରିବା ସହ ମୋତେ ବଦନାମ କରିବା ପାଇଁ ଚକ୍ରାନ୍ତ କରିଛନ୍ତି । ବହୁଲୋକ ଚିଣ୍ଡଫଣ୍ଡ ସଂସ୍ଥାରେ କାମ କରୁଛନ୍ତି ଆଉ ଲୋଭରେ ଟଙ୍କା ମଧ୍ୟ ରଖିଛନ୍ତି ମୁଁ ମଧ୍ୟ ଏହି ସଂସ୍ଥାରେ ଥିଲି ମୋତେ ଡକାଇ ଟଙ୍କା ମାଗିଥିଲେ । ଆଉ ଦସ୍ତଖତ ମଧ୍ୟ କରାଇ ନେଇଥିଲେ ।

   Related Posts