ଆଜି ବିଜେଡିର ୨୧ତମ ପ୍ରତିଷ୍ଠା ଦିବସ ; ଆଗାମୀ ସାଧାରଣ ନିର୍ବାଚନ ପାଇଁ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ନବୀନ

Published By : Prameya-News7 Bureau | December 26, 2018 IST

ଭୁବନେଶ୍ବର ୨୬|୧୨: ଆଜି ବିଜେଡିର ପ୍ରତିଷ୍ଠା ଦିବସ । ୨୧ବର୍ଷରେ ପାଦ ଦେଇଛି ଦଳ। ୨୦୧୯ ସାଧାରଣ ନିର୍ବାଚନ ଆସୁଥିବାରୁ ପ୍ରତିଷ୍ଠା ଦିବସକୁ ଭିନ୍ନ ଢଙ୍ଗରେ ପାଳିବାକୁ ଯାଉଛି ବିଜେଡି । ଏନେଇ ବିଜେଡି ରାଜ୍ୟ କାର୍ଯ୍ୟଳୟରେ ସ୍ବତନ୍ତ୍ର ଆୟୋଜନ ହୋଇଛି । କର୍ମୀଙ୍କୁ ଗୁରୁ ମନ୍ତ୍ର ଦେବେ ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାସହ ପ୍ରତି ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ  ପାଳନ ପାଇଁ ଯୋଜନା ହୋଇଛି । ଏହି ସଭାକୁ ପଞ୍ଚାୟତ  ସ୍ତରରୁ କର୍ମୀ ଆସିବେ ।  ନିର୍ବାଚନ ଆଗକୁ ଥିବାରୁ ପାର୍ଟିର ସାଙ୍ଗଠନିକ ଦକ୍ଷତା ଏହି ସଭାରେ ଦେଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ  ।

{"id":67254}

ନିର୍ବାଚନ ଆଗରୁ ଦଳର ୨୧ ତମ ପ୍ରତିଷ୍ଠା ଦିବସକୁ ଗ୍ରାଉଣ୍ଡରେ ପହଁଚାଇବାକୁ ଯୋଜନା କରିଛି ଦଳ । ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ମୀଙ୍କୁ ପ୍ରତିଷ୍ଠା ଦିବସର ବାର୍ତ୍ତା ଦେବେ । ଏହା ସହ ପ୍ରତି ନିର୍ବାଚନ ମଣ୍ଡଳୀ ସ୍ତରରେ ପ୍ରତିଷ୍ଠା ଦିବସରେ ସ୍ବତନ୍ତ୍ର ସଭା ଆୟୋଜନ କରାଯାଇଛି । ଏହି ସଭାକୁ ପଞ୍ଚାୟତ  ସ୍ତରରୁ କର୍ମୀ ଆସିବେ । ନିର୍ବାଚନ ଆଗକୁ ଥିବାରୁ ପାର୍ଟିର ସାଙ୍ଗଠନିକ ଦକ୍ଷତା ଏହି ସଭାରେ ଦେଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.