Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

୨୦୧୪ର ନିର୍ବାଚନ ଇସ୍ତହାର କିଏ କେତେ କାର୍ଯ୍ୟକାରୀ କରିଛି ତୁଳନାତ୍ମକ ଚିତ୍ର ଦେବ ବିଜେଡି

4/03/2019 at 9:24 AM

ଭୁବନେଶ୍ବର ୪|୩ : ନିର୍ବାଚନ ଇସ୍ତହାର ପ୍ରସ୍ତୁତ ପାଇଁ ବିଜେଡି ଲୋକଙ୍କ ମତାମତ ନେବ । ପୂର୍ବରୁ କଂଗ୍ରେସ ଏଭଳି ନୀତି ଗ୍ରହଣ କରିଥିବା ବେଳେ ବିଜେଡି ମଧ୍ୟ ସେ ରାସ୍ତାରେ ଯିବ । ଏ ସଂକ୍ରାନ୍ତରେ ସୂଚନା ଦେବା ପାଇଁ ଆଜି ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରିବ । ଏହି ସାମ୍ବାଦିକ ସମ୍ମିଳନୀରେ ୨୦୧୪ ନିର୍ବାଚନ ବେଳେ ବିଜେଡି ଦେଇଥିବା ନିର୍ବାଚନୀ ଇସ୍ତହାର ଓ ବିଜେପି ଦେଇଥିବା ନିର୍ବାଚନ ଇସ୍ତହାର କେତେ କାର୍ଯ୍ୟକାରୀ ହୋଇଛି ତାର ତୁଳନାତ୍ମକ ଚିତ୍ର ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରାଯିବ । ପୂର୍ବତନ ମନ୍ତ୍ରୀ ତଥା ନୟାଗଡ ବିଧାୟକ ଅରୁଣ ସାହୁ, ଦଳର ମୁଖପାତ୍ର ସସ୍ମିତ ପାତ୍ର, ସାଧାରଣ ସଂପାଦକ ମାନସ ମଙ୍ଗରାଜ, ସଂପାଦକ ବିଜୟ ନାୟକ, ବିଜେଡି ମହିଳା ଶାଖାର ସଭାନେତ୍ରୀ ମିନତୀ ବେହେରା ଏହି ସାମ୍ବାଦିକ ସମ୍ମିଳଲୀରେ ଉପସ୍ଥିତ ରହିବେ । ଦିନ ୧୨ଟା ବେଳେ ଦଳର ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ ।

   Related Posts