Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ସନ୍ଧ୍ୟାରେ ୩ ଲୋକସଭା ଓ ୪୬ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେଡି

29/03/2019 at 3:15 PM

ଭୁବନେଶ୍ବର ୨୯|୩ :  ୩ ଲୋକସଭା ଓ ୪୬ ବିଧାନସଭା ଆସନ ପାଇଁ ବିଜେଡି ଆଜି ସନ୍ଧ୍ୟାରେ ପ୍ରାର୍ଥୀ ତାଲିକା ଘୋଷଣା କରିବ । ବର୍ତ୍ତମାନ ସୁଦ୍ଧା ବିଜେଡି ୧୮ଟି ଲୋକସଭା ଓ ୧୦୧ଟି ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିସାରିଛି । ଆଜି କଂଗ୍ରେସ ୭ଟି ଲୋକସଭା ଓ ୨୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ପ୍ରାର୍ଥୀ ତାଲିକା ଘୋଷଣା କରିବା କ୍ଷେତ୍ରରେ ବିଜେପି ସବୁଠୁ ଆଗୁଆ ରହିଛି । ଆଜି ସନ୍ଧ୍ୟାରେ ବିଜେପି ମଧ୍ୟ ଅବଶିଷ୍ଟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ । ବିଜେପି ବର୍ତ୍ତମାନ ସୁଦ୍ଧା ୧୩୫ଟି ବିଧାନସଭା ଆସନ ଓ ୧୭ଟି ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିସାରିଲାଣି ।

ତେବେ ବର୍ତ୍ତମାନ ମଧ୍ୟ ପ୍ରାର୍ଥୀମାନଙ୍କର ଦଳ ଡିଆଁ ସରୁନାହିଁ । ଆନନ୍ଦପୁରରୁ ବିଜେପି ଟିକେଟ୍ ପାଇଥିବା ଭାଗିରଥୀ ସେଠୀ ଆଜି ବିଜେଡିରେ ଯୋଗଦେଇଛନ୍ତି । ଚଳିତ ଥର ଦଳ ଡିଆଁ ନେଇ ଅଦ୍ଭୁଦ ଟ୍ରେଣ୍ଡ ଦେଖିବାକୁ ମିଳିଛି । ଦଳ ଡିଆଁ ଯୋଗୁଁ ତିନି ପ୍ରମୁଖ ଦଳ ଛକାପଞ୍ଝା ହୋଇ ପ୍ରାର୍ଥୀ ଘୋଷଣା କରୁଛନ୍ତି । ବିଜେଡିରେ ଯେହେତୁ ଅଧିକ ଆଶାୟୀ ଥିଲେ ତେଣୁ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ବିଜେଡିର ଅସନ୍ତୁଷ୍ଟଙ୍କ ସଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯେଉଁ ୪୬ଟି ଆସନ ବିଜେଡି ଏଯାଏଁ ଘୋଷଣା କରିନାହିଁ ସେ ସମସ୍ତ ଆସନରେ ବିବାଦୀୟ ସ୍ଥିତି ରହିଛି । ଯାହାଫଳରେ କାହାକୁ ପ୍ରାର୍ଥୀ କରାଯିବ ତାକୁ ନେଇ ନିଷ୍ପତ୍ତି ନେବା ଦଳୀୟ କର୍ମକର୍ତ୍ତାଙ୍କ ପାଇଁ କାଠିକରପାଠ ହୋଇଛି ।

   Related Posts