ଆଉ କିଛି ସମୟ ପରେ ଘୋଷଣା ହେବ ବିଜେଡ଼ି ଟିକେଟ!

Published By : Prameya-News7 Bureau | March 23, 2019 IST

ଭୁବନେଶ୍ବର ୨୩/୩: ଆଉ କିଛି ସମୟ ପରେ ବିଜେଡ଼ିର ଦ୍ବିତୀୟ ପର୍ଯ୍ୟାୟର ଟିକେଟ ଘୋଷଣା ହେବ। ପୂର୍ବରୁ ୯ଟି ଲୋକସଭା ଏବଂ ୫୪ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେଉଥିବା ୬୩ଟି ବିଧାନସଭା ଆସନରୁ ୫୪ଟି ଆସନପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିଲା। ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆହୁରି ୯ଟି ଆସନ ବାକି ଥିଲା। ତେବେ ୯ଟି ଆସନ ସମେତ ଅନ୍ୟ ଆସନ ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା ଆଜି ହୋଇପାରେ।

ସେହିଭଳି ବର୍ତ୍ତମାନ ସୁଦ୍ଧା ବିଜେଡ଼ି ମାତ୍ର ୯ଟିଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଆଜି ଅବଶିଷ୍ଟ ୧୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରେ।  ଏହି ଘୋଷଣା ପୂର୍ବରୁ ଆଜି ଅପରାହ୍ନରେ ନବୀନ ନିବାସକୁ ଖୋର୍ଦ୍ଧା  ଓ ଜଟଣୀ ନିର୍ବାଚନ ମଣ୍ଡଳୀର ବିଭୁତି ବଳବନ୍ତ ରାୟ,ରାଜେନ୍ଦ୍ର ସାହୁ,ଜିତୁ ମିତ୍ରଙ୍କୁ ଡକାଯାଇଛି। ସେହିଭଳି ଗଞ୍ଜାମ ଜିଲ୍ଲା ଖଲିକୋଟର ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମଧ୍ୟ ନବୀନ ନିବାସକୁ ଡକାଯାଇଛି।

ଦଳ ଭିତରେ ବୃଦ୍ଧି ପାଉଥିବା ବିଦ୍ରୋହକୁ ନିୟନ୍ତ୍ରଣ କରିବା ପାଇଁ ନବୀନ ନିବାସରେ କସରତ ଜାରି ରହିଛି। ଆସନ୍ତା କାଲି ନବୀନ ନୟାଗଡ଼ଠାରେ ପ୍ରଥମ ନିର୍ବାଚନୀ ସଭାରେ ଯୋଗ ଦେବେ। ୨୫ତାରିଖ ଦିନ ବିଜେପୁର ଯାଇ ସେଠାରୁ ପ୍ରାର୍ଥୀପତ୍ର ଦାଖଲ କରିବେ। ତେଣୁ ହାତରେ ଆଉ ସମୟ ନଥିବାରୁ ଆଜି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ ୨ଟି ପର୍ଯ୍ୟାୟରେ ବିଜେପି ଅଦ୍ୟାବଧି ୧୫ଟି ଲୋକସଭା ଓ ୧୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି। ସେହିଭଳି କଂ​‌ଗେସ ୬ଟି ଲୋକସଭା ଓ ୮୯ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.