ଟିକେଟ ପାଇଁ ବିଜେଡିରେ ଅସମ୍ଭାଳ ପରିସ୍ଥିତି: ଆନ୍ଦୋଳନ , ରାଲି , ନାରାବାଜି ସାଂଗକୁ ଦଳ ତ୍ୟାଗ ଟପିଲାଣି ସୀମା, ଶଶି, ଆକାଶଙ୍କ ଭଳି ନେତା ବି ଝୁଲିଛନ୍ତି

Published By : Prameya-News7 Bureau | April 01, 2019 IST

ଭୁବନେଶ୍ବର୧|୪: ବିଜେଡି ଟିକେଟ ବଣ୍ଟାକୁ ନେଇ ଦଳରେ ରୋଚକ ସ୍ଥିତି । କେତେବେଳେ କିଏ ଦଳ ଚାଡୁଛି ତ ଆଉ କିଏ ପ୍ରେସର ଟାକ୍ଟିସ ପକାଇ ଟିକେଟ ହାତେଇବାକୁ ଲବି କରୁଛି । ବାକିଥିବା ୧୯ ବିଧାନସଭା ଓ ୩ ଲୋକସଭା ପାଇଁ ଆଶାୟୀ ଏଭଳି କିଛି ଫର୍ମୁଲା ଆପଣାଉଛନ୍ତି । ଟିକେଟରୁ ବଞ୍ଚିତ ହେବା ଆଶଙ୍କା କରି ମୟୁରଭଞ୍ଜ ସଭାପତି ମୋରଡା ବିଧାୟକ ପ୍ରବୀଣ ଭଞ୍ଜଦେଓ ଦଳ ଛାଡିଛନ୍ତି । ଏପଟେ ସିପ୍ରା ମଲ୍ଲିକ ଓ ଅମରେନ୍ଦ୍ର ଦାସଙ୍କ ସମର୍ଥକମାନେ ନବୀନ ନିବାସ ଆଗରେ ବିକ୍ଷୋଭ କରିଛନ୍ତି । …

{"id":99156}

ଛିଣ୍ଡୁନି ବିଜେଡି ଟିକେଟ ଅଙ୍କ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ୪ ତାରିଖରେ ସରିବାକୁ ଥିବାବେଳେ ଆଶାୟୀ ଏବେବି ଟିକେଟ ପାଇଁ ନବୀନ ନିବାସ ଆଗରେ ଚକ୍କର କାଟୁଛନ୍ତି । ସେହିଭଳି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆବେଦନ ତାରିଖ ଦୁଇଦିନ ସରିଯାଇଥିଲେ ବି କିଛି ପ୍ରାର୍ଥୀ ବି ଅନ୍ଧାରରେ । ଅର୍ଥାତ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଯେଉଁ ୧୯ ବିଧାନସଭା ଓ ୩ ଲୋକସଭା ସିଟ ପାଇଁ ବିଜେଡି ଟିକେଟ ଘୋଷଣା କରିନି ସେଠି ବଡ କସରତ କରିବାକୁ ପଡୁଛି । ଜୟଦେବ ନିର୍ବାଚନ ମଣ୍ଡଳୀ- ମନ୍ତ୍ରୀ ଶଶି ଭୂଷଣ ବେହେରା ନା ଆଉ କାହାକୁ ଦଳ ଟିକେଟ୍ ଦେବ ତାହା ଝୁଲି ରହିଛି । ଟିକେଟ କଥା ବୁଝିବାପାଇଁ ଶଶି ନବୀନ ନିବାସରେ ପଶି ବାହାରି ଆସିବା ପରେ ଅନ୍ୟତମ ଦାବିଦାର ଅରବିନ୍ଦ ଢାଲି ନବୀନଙ୍କ ସହ ଭେଟିଥିଲେ । ସେହିଭଳି କୋରେଇ ବିଧାୟକ ଆକାଶଦାସ ନାୟକ ଏପର୍ଯ୍ୟନ୍ତ ଟିକେଟ ପାଇଁ ଗ୍ରିନ ସିଗନାଲ ପାଇନଥିବାରୁ ନବୀନ ନିବାସ ଯାଇ ଦାବି ଜଣାଇଛନ୍ତି ।

{"id":99157}

ବିଜେଡି ଟିକେଟ କସରତର ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଛି କେନ୍ଦ୍ରାପଡାରୁ । ଆଶାୟୀ ପ୍ରାର୍ଥି ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକଙ୍କ ସମର୍ଥକ ମାନେ ସିପ୍ରାଙ୍କ ପାଇଁ ଟିକେଟ ଦାବିକରି ନବୀନ ନିବାସ ବାହାରେ ନାରାବାଜି କରିଛନ୍ତି । ସେପଟେ ଖୋଦ୍ ସିପ୍ରା ମଲ୍ଲିକ ଭିତରେ ନବୀନଙ୍କୁ ଭେଟି ନିଜର ଟିକେଟ ଦାବି କରିଛନ୍ତି ।

{"id":99158}

ପୂର୍ବତନ ମନ୍ତ୍ରୀ ତଥା ଆଠମଲ୍ଲିକ ବିଧାୟକ ସଂଜୀବ ସାହୁ ଏବେ ବି ସନ୍ଦେହରେ ଅଛନ୍ତି । ଆଉ ଯେଉଁମାନଙ୍କ ନାଁ ଘୋଷଣା ହୋଇଥିଲା ସେମାନଙ୍କ ଭିତରୁ ଦାମ ରାଉତଙ୍କ ପୁଅ ସମ୍ବିତ ରାଉତ ଟିକେଟ ଧରି ଆସିବା ପରେ କହିଛନ୍ତି ସେ ବାପାଙ୍କ ପାଇଁ ପ୍ରଚାରକୁ ଯିବେନି କି ବାପା ତାଙ୍କ ପାଇଁ ପ୍ରଚାର କରିବେନି । ସେପଟେ ଜଗତସିଂହ ପୁର ଆସନରୁ ଟିକେଟ ପାଇଥିବା ପ୍ରଶାନ୍ତ ମୁଦୁଲିଙ୍କୁ ବିରୋଧକରି ଯୁବ ବିଜେଡି ସଭାପତି ଅମରେନ୍ଦ୍ର ଦାସଙ୍କ ସମର୍ଥକ ନବୀନ ନିବାସ ଆଗରେ ବିଶାଳ ରାଲି କରିଥିଲେ ।

{"id":99161}

ଆଶାୟିଙ୍କ ମନ ଥୟ ଧରୁନି । ଯେଉଁମାନେ ନିରାଶ ହେଉଛନ୍ତି ସେମାନେ ସିଧା ବାଟ କାଟୁଛନ୍ତି । କାଲି ରଘୁ ମହାନ୍ତିଙ୍କ ପରେ ଆଜି ମୟୁରଭଞ୍ଜ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରବୀଣ ଭଞ୍ଜଦେଓ ଦଳରୁ ଇସ୍ତଫା ଦେଇଛନ୍ତି । କେଉଁଝର ସାଂସଦ ସକୁନ୍ତଳା ଲାଗୁରି ଏବଂ ତାଙ୍କ ସ୍ବାମୀ ଯଶୋବନ୍ତ ଲାଗୁରୀ ମଧ୍ୟ ଦଳ ଛାଡିବା ନେଇ ଚର୍ଚା ଜୋର ଧରିଛି ।….

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.