ବିଜେଡି ଟିକେଟ୍ ନେଇ ଲାଗିରହିଛି ଦ୍ବନ୍ଦ୍ବ ; ଆଜି ବି ନବୀନ ନିବାସ ଆଗରେ ଆଶାୟୀଙ୍କ ଭିଡ ତୃତୀୟ
27/03/2019 at 8:28 AM

ଭୁବନେଶ୍ବର ୨୭|୩ : ବିଜେଡ଼ି ଟିକେଟ୍ କସରତ ନେଇ ଦଳରେ ଚାଲିଛି ଛକାପଞ୍ଝା । ଆଜି ବି ନବୀନ ନିବାସ ଆଗରେ ଆଶାୟୀଙ୍କ ଭିଡ ଦେଖିବାକୁ ମିଳିଛି । ବିଜେଡ଼ି ରାଜନୀତି ଏବେ ବେଶ ସରଗରମ ଥିବା ବେଳେ ଉପକୂଳ ନେତାଙ୍କ ଭିଡ଼ ତୃତୀୟ ଚତୁର୍ଥ ପର୍ଯ୍ୟାୟ ଟିକେଟ୍ ଗଣିତକୁ ଆହୁରି ଜଟିଳ କରୁଛି । ପ୍ରଥମ ଦୁଇ ପର୍ଯ୍ୟାୟ ଟିକେଟ୍ ବଣ୍ଟନ ପରେ ଯେଭଳି ବିଜେଡ଼ିର ବିଧାୟକ ଓ ସାଂସଦ ସିଧା ବିଜେପି ମୁହାଁ ହେଲେ ତାକୁ ନଜରରେ ରଖି ବିଜେଡ଼ି ଶେଷ ଦୁଇ ପର୍ଯ୍ୟାୟ ଟିକେଟ୍ ବଣ୍ଟନକୁ ବିଳମ୍ବ କରିଚାଲିଛି ।
ଯେହେତୁ ଉପକୂଳର ବହୁ ନେତାଙ୍କ ବିରେ।ଧରେ ଅସନ୍ତୋଷ ଅଛି ତେଣୁ ସେମାନଙ୍କ ଟିକେଟ୍ କାଟିବା ପରେ ପରବର୍ତ୍ତୀ ପ୍ରତିକ୍ରିୟା କଣ ହେବ ତାକୁ ଆକଳନ କରୁଛି ଦଳ । ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲିଠାରୁ ପ୍ରାର୍ଥୀପତ୍ର ଦାଖଲ ହେବାକୁ ଥିବା ବେଳେ ଆଜି କିମ୍ବା କାଲି ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ଆଶା କରାଯାଉଛି ।