ଧାନ ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲା ବିଜେଡି : ‘ଧାନ ବିକା ବାବଦକୁ ୨୮୫୦ କୋଟି ଦେଇନାହିଁ କେନ୍ଦ୍ର’

Published By : Prameya-News7 Bureau | January 18, 2021 IST

ଭୁବନେଶ୍ବର ୧୮।୧: ଧାନ ପ୍ରସଙ୍ଗରେ କେନ୍ଦ୍ରର ଚିଠି ଉପରେ ଜବାବ ରଖିଲା ବିଜେଡି । ଧାନ ପ୍ରସଙ୍ଗରେ ପ୍ରେସମିଟ୍ କରି ବିଜେପିକୁ ଟାର୍ଗେଟ୍ କରିଛି ବିଜେଡି । ଧାନ ବିକା ବାବଦକୁ ୨୮୫୦ କୋଟି ଦେଇନାହିଁ କେନ୍ଦ୍ର । ଧାନ ଉତ୍ପାଦନରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ । ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଯୋଗୁଁ ଚାଷୀଙ୍କ ଆୟ ଦୁଇ ଗୁଣା ହୋଇଛି ବୋଲି ବିଜେଡି କହିଛି । ତେବେ ବଳକା ଚାଉଳ କିଣିବାକୁ ମନା କରୁଛି କେନ୍ଦ୍ର ।

କୋଭିଡ୍ ମହାମାରୀ ସମୟରେ ସଫଳ ସୁପରିଚାଳନା ପାଇଁ ଚାଷୀମାନେ ବମ୍ଫର ଉତ୍ପାଦନ କରିଛନ୍ତି । ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ ସାଜିଛନ୍ତି । ହେଲେ ଦୁର୍ଭାଗ୍ୟ, କେନ୍ଦ୍ର ଚିଠି ଲେଖିଛି କି କେବଳ ଖରିଫ୍ ସିଜିନରେ ୫୦ ପ୍ରତିଶତ ଚାଉଳ ସଂଗ୍ରହ କରିବେ । ରବି ସିଜନ୍ ପାଇଁ କିଛି ନେବେ ନାହିଁ । ଓଡିଶା ପାଇଁ ଏହା ଏକ ଚଡକ ବୋଲି ବିଜେଡି କହିଛି । ୨୦୧୯-୨୦ରେ ଖରିଫରେ ୫୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ, ରବିରେ ୭୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ହୋଇଥିଲା । ୭୧ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦାନ ହୋଇଥିଲା । ଏଥିରୁ ୪୮ ଲକ୍ଷ ମେଟ୍ରିକ୍ ଟନ୍ ପାରା ବଏଲଡ଼ ରାଇସ୍ ରହିଛି । ତେବେ ୨୦୨୦-୨୧ରେ ୩୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇ ସାରିଲାଣି । ଏବେ ଚାଲିଛି । ଆଉ ୩୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଟାର୍ଗେଟ୍ ରହିଛି । ତେବେ ବିଜେପି ଭୁଆଁ ବୁଲାଉଛି ।

ବିଜେଡି ଦାବି କରିଛି ଯେ, ଯଦି ଚାଷୀଙ୍କ ପାଇଁ କିଛି କରିବାର ଅଛି ତେବେ ସ୍ବାମୀନାଥନ କମିଟି ରିପୋର୍ଟ ଲାଗୁ ହେଉ । ବିଜେପି ୨୧ ରେ ସମ୍ବଲପୁର ଆରଡିସି ଘେରାଓ ନକରି ଦିଲ୍ଲୀ ଯାଇ ପାରା ବଏଲଡ଼ ରାଇସ୍ କଟକଣା ଉଠାନ୍ତୁ ଓ ଆମ ସବସିଡି ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ନେଇ ବିଚଳିତ ଅଛି ବିଜେପି । ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ବିଜେଡି କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.