Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||

ପ୍ରଧାନମନ୍ତ୍ରୀ ପଦବୀକୁ ଟାର୍ଗେଟ କଲାଣି ବିଜେଡି: ହେଲେ ଯୟୁପିଏ ସମର୍ଥନରେ ନୁହେଁ, ସେପଟେ ରାଜ୍ୟରେ ବିଜେଡି ସହ ମିଶି ସରକାର କରିବାକୁ କଂଗ୍ରେସ ଗଡାଇଲାଣି ଲାଳ

17/05/2019 at 6:26 PM

ଭୁବନେଶ୍ବର୧୭|୫: ଫଳ ବାହରିବାକୁ ଆହୁରି ୫ ଦିନ ବାକି । କିନ୍ତୁ ପ୍ରଧାନମନ୍ତ୍ରୀ ରେସରେ ବିଜେଡି ନେତାଏ ନବୀନଙ୍କ ନାଁ ପୁରାଇ ଦେଲେଣି । ଜାତୀୟ ସ୍ତରରେ ଚର୍ଚ୍ଚା କେନ୍ଦ୍ରରେ ଝୁଲା ସରକାର ହୋଇପାରେ । ସେଥିପାଇଁ ନବୀନ କାହିଁକି ଦାବେଦାର ନହେବେ ବିଜେଡିର ଗୋଟିଏ ଗୋଷ୍ଠୀଙ୍କ ଯୁକ୍ତି। ଏପଟେ ରାଜ୍ୟରେ ଏଭଳି ସ୍ଥିତି ଉପୁଜିଲେ କିଏ କାହା ସହ ମେଣ୍ଟ କରିବ ତାକୁ ନେଇ ଆରମ୍ଭ ହୋଇଗଲାଣି ମିଶାଣ ଫେଡାଣ…

ଥରେ ନୁହେଁ ଏକାଧିକବାର ନବୀନ କହିଛନ୍ତି ସେ ଓଡ଼ିଶାରେ ସନ୍ତୁଷ୍ଟ । କିନ୍ତୁ ବିଜେଡି ନେତାଙ୍କ ଦିଲ୍‌ ମାଙ୍ଗେ ମୋର୍‌।  କିଏ ବନିବ ଦେଶର ପରବର୍ତ୍ତୀ ପ୍ରଧାନ ମନ୍ତ୍ରୀ। ଏହାକୁ ନେଇ ଜାତୀୟ ସ୍ତରରେ ଛକାପଞ୍ଚା ଜାରି ରହିଥିବାବେଳେ ନବୀନଙ୍କ ନାଁ  ପ୍ରସ୍ତାବ ଦେଇଛନ୍ତି ବିଜେଡି ନେତା ସୂର୍ଯ୍ୟନାରାୟ ପାତ୍ର ।

ଯେହେତୁ ବରିଷ୍ଠ କଂଗ୍ରେସ ନେତା ଗୁଲାମନବି ଆଜାଦ ଅଣ କଂଗ୍ରେସ ଆଞ୍ଚଳିକ ଦଳ ନେତା ପ୍ରଧାନ ମନ୍ତ୍ରୀ ହେଲେ କଂଗ୍ରେସ ସମର୍ଥନ ଦେବ ବୋଲି କାର୍ଡ ଖେଳିଛନ୍ତି, ତାକୁ ନେଇ ବିଜେଡି ଶିବିର ଟିକେ ଉତଫୁଲ୍ଲିତ ହୋଇପଡିଥିବା ନେଇ ଭାରି ଚର୍ଚ୍ଚା ।

ବିଜେଡିର ଗୋଟିଏ ଗୋଷ୍ଠୀ ଭାବୁଛନ୍ତି କେନ୍ଦ୍ରରେ କଂଗ୍ରେସ କି ବିଜେପିକୁ ସ୍ପଷ୍ଟ ବହୁମତ ନମିଳିଲେ ଆଞ୍ଚଳିକ ଦଳ ହିସାବରେ ବିଜେଡିର ମୌକା ଅଛି କେନ୍ଦ୍ର ସିଂହାସନ ଦାଖଲ କରିବ। ହେଲେ ଆଉ ଗୋଟିଏ ଗୋଷ୍ଠୀଙ୍କ ଡର କଂଗ୍ରେସ କଥାରେ ଡେଇଁ ପରେ ପସ୍ତେଇବାକୁ ପଡିପାରେ। ଯେହେତୁ ବିଗତ ଦିନରେ କଂଗ୍ରେସ ଅନେକ ନେତାଙ୍କୁ ପ୍ରଧାନମନ୍ତ୍ରୀ କରି ପରେ ସେମାନଙ୍କର ଗୋଡ ଭିଡିଛି, ତେଣୁ ନବୀନ କଂଗ୍ରେସ ଟ୍ରାପରେ ପଡିବା ଉଚିତ୍ ନୁହେଁ। ତେବେ ଦଳ ଅଧିକ ସଂଖ୍ୟାରେ ଲୋକସଭା ଆସନ ଜିତିବାକୁ ଆଶାବାଦୀ ଥିବାରୁ କେନ୍ଦ୍ର ସ୍ତରରେ ଏକ ବଡ ଭୂମିକା ନିଭାଇବାକୁ ତତ୍ପର ହେଲାଣି ବିଜେଡି।

ଯେହେତୁ ବିଗତ ଦିନରେ କଂଗ୍ରେସ ଅନେକ ନେତାଙ୍କୁ ପ୍ରଧାନମନ୍ତ୍ରୀ କରି ପରେ ସେମାନଙ୍କର ଗୋଡ ଭିଡିଛି, ତେଣୁ ନବୀନ କଂଗ୍ରେସ ଟ୍ରାପରେ ପଡିବା ଉଚିତ୍ ନୁହେଁ। ତେବେ ଦଳ ଅଧିକ ସଂଖ୍ୟାରେ ଲୋକସଭା ଆସନ ଜିତିବାକୁ ଆଶାବାଦୀ ଥିବାରୁ କେନ୍ଦ୍ର ସ୍ତରରେ ଏକ ବଡ ଭୂମିକା ନିଭାଇବାକୁ ତତ୍ପର ହେଲାଣି ବିଜେଡି।

କେନ୍ଦ୍ରରେ ମୋଦିଙ୍କୁ ବ୍ରେକ ଦେବାକୁ କଂଗ୍ରେସ ସମେତ ଅନେକ ଦଳ ସଜବାଜ ହେଉଥିବା ବେଳେ ରାଜ୍ୟରେ ବି ବିଜେପିକୁ ବ୍ରେକ ଦେବାକୁ କଂଗ୍ରେସ ରଣନୀତି ତିଆରି କରୁଛି । ଦରକାର ପଡି​‌ଲେ ବିଜେଡି ସହ ହାତ ମିଳାଇ ରାଜ୍ୟ ଶାସନରେ କ୍ଷମତା ଭାଗ କରିବାକୁ କଂଗ୍ରେସ ପଛଘୁଞ୍ଚା ଦେବନି ବୋଲି ପିସିସି ସଭାପତି ସଙ୍କେତ ଦେଇଛନ୍ତି । ବିଜେପିର ଆକ୍ଷେପ ଯେ କ୍ଷମତା ହତେଇବାକୁ କୌଣସି ସ୍ତରକୁ ବି କଂଗ୍ରେସ ଖସିଯାଇପାରେ । ସେଥିପାଇଁ ଦଳ ବିଳିବିଳେଉଛି। ବିଜେପି କିନ୍ତୁ କନଫିଡେଣ୍ଟ ସେମାନେ କେନ୍ଦ୍ର ଓ ରାଜ୍ୟରେ ସରକାର ଗଢ଼ିବେ।

ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଦାବିଦାର ଅନେକ ଅଛନ୍ତି । ମେ ୨୩ରେ ଫଳ କଣ ଆସିବ ତାହା କାହାକୁ ଜଣାନାହିଁ । ହେଲେ ସମସ୍ତେ ମାତିଛନ୍ତି କିଭଳି ଦେଶ ଶାସନର ସବୁଠୁ କ୍ଷମତା ଶାଳୀ ପଦକୁ ହାତେଇନେବେ।

   Related Posts