Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆହାର ଯୋଜନା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କଲା ବିଜେଡି

21/04/2019 at 3:52 PM

ଭୁବନେଶ୍ବର ୨୧|୪:  ଆହାର ଯୋଜନା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ବିଜେଡି । ଆହାର ଯୋଜନାକୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୀନ ଚକ୍ରାନ୍ତ କରୁଛନ୍ତି । ଧର୍ମେନ୍ଦ୍ରଙ୍କ ଯୋଗୁଁ ଆହାର ଯୋଜନା ବନ୍ଦ ହେବାକୁ ବସିଥିଲା । ରାଷ୍ଟ୍ରୀୟ ସଂସ୍ଥା ଗୁଡିକ ଆହାର ଯୋଜନାକୁ କାର୍ଯ୍ୟକାରୀ ପ୍ରଥମେ ରାଜି ହୋଇଥିଲେ । ଧର୍ମେନ୍ଦ୍ରଙ୍କ ଚାପରେ ଏହି ସଂସ୍ଥା ଗୁଡିକ ଶେଷରେ ଓହରି ଯାଇଥିଲେ । ଧର୍ମେନ୍ଦ୍ରଙ୍କ ଚାପରେ ନାଲକୋ, ମହାନଦୀ କୋଲ୍ ଫିଲ୍ଡ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଆହାର ଯୋଜନା ପାଇଁ ସିଏସଆର ଫଣ୍ଡ ଦେବାକୁ ପଛଘୁଂଚା ଦେଲେ । ଏହି ଟଙ୍କାକୁ ଧର୍ମେନ୍ଦ୍ର ବିହାରକୁ ଡାଇଭର୍ଟ କରିଦେଇଛନ୍ତି । ଓଡିଶାବାସୀ ତାର ଉଚିତ୍ ଜବାବ ଦେବେ । ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଏଭଳି ଅଭିଯୋଗ ଆଣିଛନ୍ତି ।

ନିର୍ବାଚନରେ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଏହାକୁ ଉଲ୍ଲଂଘନ କରୁଛି ବିଜେପି । ଆଚରଣ ବିଧି ଲାଗୁ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା କଥା ନୁହେଁ । କିନ୍ତୁ ବିଜେପି ନେତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଛନ୍ତି । ଏମାନଙ୍କ ବିରୋଧରେ ବାରମ୍ବାର ସିଇଓଙ୍କ ନିକଟରେ ଅଭିଯୋଗ ହୋଇଛି । ସିଇଓଙ୍କ ଉପରେ ବିଜେପି ଚାପ ପକାଉଛି । ଯେଉଁଥିପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଲୋକଙ୍କୁ ମଧ୍ୟ ଧମକାଉଛି ବିଜେପି, ଯେଉଁଥିପାଇଁ ଭୋଟ୍ ହାର କମୁଛି ବୋଲି ବିଜେଡି ଅଭିଯୋଗ ଆଣିଛି ।

   Related Posts