ବିଜେଡିର ପ୍ରାଥମିକ ପଦରୁ ବହିସ୍କୃତ ହେଲେ ଯୁବନେତା ସାବ୍ୟସଚୀ ମହାପାତ୍ର, ପ୍ରେସ୍‌ମିଟ୍‌ କରି ଜଣାଇଲେ ସଭାପତି

Published By : Prameya-News7 Bureau | July 24, 2021 IST

ନୀଳଗିରି ୨୪/୦୭: ବରିଷ୍ଠ ସମାଜସେବୀ ତଥା ବିଜେଡି ଯୁବନେତା ସବ୍ୟସାଚୀ ମହାପାତ୍ରଙ୍କୁ ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବିତ କରାଯାଇଛି । ବାଲେଶ୍ଵର ବିଜେଡିର ସଭାପତି ରବିନ୍ଦ୍ରଙ୍କ ନିର୍ଦ୍ଦେଶରେ ନୀଳଗିରି ନଗର ବିଜେଡି ସଭାପତି ରବିନ୍ଦ୍ରନାଥ ପରିଡା ଏକ ପ୍ରେସ୍‌ ବାର୍ତ୍ତାରେ ଜଣାଇଛନ୍ତି। ଦଳ ବିରୋଧରେ ଅରୁଚିକର ମନ୍ତବ୍ୟ ଓ ବିଶୃଙ୍ଖଳା ଆଚରଣ ପାଇଁ ନିର୍ବାଚନ ମଣ୍ଡଳୀ ନେତା ଓ ବରିଷ୍ଠ ନେତାଙ୍କ ନିଷ୍ପତ୍ତି କ୍ରମେ ଏହି ପଦକ୍ଷେପ ନିଆଯାଇଥିବା ଉଲ୍ଲେଖ ରହିଛି।

ତେବେ ସେପଟେ ଏନେଇ ସବ୍ୟସାଚୀ ନିଜ ପ୍ରତିକ୍ରିୟା କହିଛନ୍ତି – ଦଳର ଉପରିସ୍ଥ ନେତାଙ୍କ ନିଷ୍ପତ୍ତି ଉପରେ ମୋର କିଛି କହିବାର ନାହିଁ। ମୁଁ କିଛି ଅରୁଚିକର ମନ୍ତବ୍ୟ ଦେଇ ନାହିଁ। ବିଜେଡି ସର୍ବଦା ସ୍ୱଚ୍ଛତା ଉପରେ ବିଶ୍ୱାସ କରେ, ସେହି ରାସ୍ତା ମୁଁ ଆପଣାଇ ଥିଲି। ପରିବାର ରାଜନୀତି କିମ୍ବା କାହା ପାଦ ତଳେ ରହି ରାଜନୀତି କରିବା ମୁଁ ଶିଖି ନାହିଁ। ଲୋକଙ୍କ ସେବା ପାଇଁ ମୁଁ ରାଜନୀତି କରୁଥିଲି। ସେବା କରୁକରୁ ମୋର ଜନ ସମର୍ଥନ ବୃଦ୍ଧି ପାଇବାରୁ କିଛି କୁଚକ୍ରାନ୍ତକାରୀ ମୋ ବିରୁଦ୍ଧରେ ଷଡଯନ୍ତ୍ର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.