ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର୍ ଧରିଛି ପ୍ରଚାର, ଆଜି କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ ମାରାଥନ୍ ପ୍ରଚାର କରିବେ ନବୀନ ପଟ୍ଟନାୟକ

Published By : Prameya-News7 Bureau | April 13, 2019 IST

ଭୁବନେଶ୍ବର ୧୩|୪: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଏବେ ଫୋକସ୍ ରେ ଦ୍ବିତୀୟ ପର୍ଯ୍ୟାୟ । ଆଜି କନ୍ଧମାଳ ତୁମୁଡ଼ିବନ୍ଧ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗଞ୍ଜାମର ଧରାକୋଟ, ସୋରଡ଼ା, ଆସ୍କା, ପୋଲସରା ଏବଂ ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ମାରାଥନ ନିର୍ବାଚନ ପ୍ରଚାର କରିବେ ନବୀନ । ଗଞ୍ଜାମ ସୋରଡ଼ାରେ  ମୁଖ୍ୟମନ୍ତ୍ରୀ ରୋଡ୍ ସୋ’ରେ ଯୋଗଦେବେ । ଏଥିପାଇଁ ବିଜେଡି ନେତା ଓ କର୍ମୀ ବେଶ୍ ଉତ୍ସାହିତ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.