Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ନୟାଗଡରୁ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

24/03/2019 at 12:38 PM

ନୟାଗଡ ୨୪|୩ : ଆଜିଠାରୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଆଜିଠାରୁ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡରୁ ପ୍ରଚାର ଆରମ୍ଭ କରିଛନ୍ତି ନବୀନ । ନୟାଗଡରେ ଆୟୋଜିତ ବିଶାଳ କର୍ମୀ ସମ୍ମିଳନୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗଦେଇଛନ୍ତି ।

ନିଜ ପ୍ରଥମ ନିର୍ବାଚନ ପ୍ରଚାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ଓ କଂଗ୍ରେସକୁ ନିଶାନା ସାଧିଛନ୍ତି । ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଏବଂ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ଉଭୟ ଦଳକୁ ଘନ ଘନ ଟାର୍ଗେଟ କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ସିଧାସିଧା କହିଥିଲେ ଯେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଯିଏକି ମହିଳାଙ୍କୁ ସଂସଦ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦେଇଛି । ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରି ମହିଳା ସଶକ୍ତିକରଣର ବାର୍ତ୍ତା ଦେଇଛି । 

ଆଉ ଏହାପରେ ନବୀନ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଥିଲେ । କହିଥିଲେ ବିଜେପି ୨୦୧୪ ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ପ୍ରଥମ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଏହାକୁ ପାଳନ କରିନାହିଁ । ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଥିଲେ ଓଡ଼ିଶାରେ ବହୁତ ଉନ୍ନତି ହୋଇଥାନ୍ତା । ଦୁଇଗୁଣା ନିଯୁକ୍ତି ମିଳିଥାନ୍ତା ।

ସେହିଭଳି ଓଡ଼ିଶାରୁ ରେଳବାଇ ୨୦ ହଜାର କୋଟି ନେଉଥିବା ବେଳେ ମାତ୍ର ବାର୍ଷିକ ୧ ହଜାର କୋଟି ଟଙ୍କା ଦେଉଛି, କୋଇଲା ବାବଦରେ କେନ୍ଦ୍ର ହଜର ହଜାର କୋଟି ଟଙ୍କା ନେଉଥିବା ବେଳେ ଓଡ଼ିଶାକୁ ପ୍ରଦୂଷଣ ଧୂଳି ପାଉଛି । ମହାନଦୀ ଓ ପୋଲାଭରମ୍ ପାଇଁ ଓଡ଼ିଶା କ୍ଷତିଗ୍ରସ୍ତ ହେଉଥିବା ବେଳେ କେନ୍ଦ୍ର ଛତିଶଗଡ ଓ ଆନ୍ଧ୍ରପ୍ରଦେଶକୁ ସମର୍ଥନ କରିବା କେନ୍ଦ୍ରୀୟ ଅବହେଳା ନୁହେଁକି ବୋଲି ନବୀନ ପ୍ରଶ୍ନ କରିଥିଲେ ।

ଆଉ ଶେଷରେ ରାହୁଲଙ୍କ ରିମୋଟ କଣ୍ଟ୍ରୋଲ ଆକ୍ଷେପର ଜବାବ ଦେଇ କହିଥିଲେ ଯେ ଓଡ଼ିଶାର ରିମୋଟ କଣ୍ଟ୍ରୋଲ ସାଢ଼େ ୪କୋଟି ଓଡ଼ିଆଙ୍କ ହାତରେ ରହିଛି। ରାଷ୍ଟ୍ରୀୟ ଦଳ ବହୁମତ ପାଇବେନି କେନ୍ଦ୍ରରେ ସରକାର ଗଠନରେ ବିଜେଡିର ପ୍ରମୁଖ ଭୂମିକା ରହିବ ବୋଲି ସ କହିଛନ୍ତି।

ନୟାଗଡରେ ଆୟୋଜିତ ହୋଇଥିବା ବିଜେଡିର ନିର୍ବାଚନୀ ରାଲିରେ ବିଜେଡିର ବରିଷ୍ଠ ନେତା ପିନାକୀ ମିଶ୍ର, ଅରୁଣ ସାହୁ, ସୌମ୍ୟରଞ୍ଜନ ପଟ୍ଟନାୟକ, ରବିନାରାୟଣ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

   Related Posts