ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବର୍ଷିଲେ କେନ୍ଦ୍ର ଉପରେ

Published By : Prameya-News7 Bureau | April 03, 2019 IST

ବ୍ରହ୍ମପୁର ୩|୪ : ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡିର ଷ୍ଟାର୍ କ୍ୟାମ୍ପେନର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନଜରରେ ରଖି ଆଜି ଗଞ୍ଜାମ ଜିଲ୍ଲାରୁ ହିଁ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଳ ପାଇଁ ନିର୍ବାଚନ ପ୍ରଚାର ସଭାରେ ଯୋଗଦେବା ସହ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି । ଗଞ୍ଜାମ ଜିଲ୍ଲା କନିଷିରେ ପହଞ୍ଚିବା ପରେ ପ୍ରଥମେ ସେ ରୋଡ୍ ସୋ କରିଛନ୍ତି ।

ଗୋପାଳପୁରରେ ଆୟୋଜିତ ସଭାରେ ଯୋଗଦେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ କହିଛନ୍ତି ପ୍ରାକୃତିକ ବିପର୍ଯ୍ୟୟ ବେଳେ ବିରୋଧୀ ଆସିଲେନି । ବନ୍ୟା, ବାତ୍ୟା ବେଳେ ଓଡିଶାକୁ ଉପଯୁକ୍ତ ସାହାଯ୍ୟ ମିଳୁନି । କୁଆଡେ ଗଲା କେନ୍ଦ୍ରର ୧୦ କୋଟି ଚାକିରୀ ପ୍ରତିଶ୍ରୁତି ବୋଲି ନବୀନ ପ୍ରଶ୍ନ କରିଛନ୍ତି । ସାଢେ ୪ କୋଟି ଓଡିଶାବାସୀ ମୋ ପରିବାର ବୋଲି ନବୀନ କହିଛନ୍ତି । ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା କରାଯାଇଛି ବୋଲି ନବୀନ କହିଛନ୍ତି ।

ନବୀନଙ୍କ ପ୍ରଚାର ପାଇଁ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.