ଆଜିଠୁ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ, ଗଂଜାମରୁ ଆରମ୍ଭ କରିବେ ଅଭିଯାନ

Published By : Prameya-News7 Bureau | April 03, 2019 IST

ଭୁବନେଶ୍ବର ୩|୪ : ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ଷ୍ଟାର କ୍ୟାମ୍ପେନର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନଜରରେ ରଖି ଗଞ୍ଜାମ ଜିଲ୍ଲାରୁ ହିଁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ । ସେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଳ ପାଇଁ ନିର୍ବାଚନ ପ୍ରଚାର ସଭାରେ ଯୋଗଦେବେ । ନବୀନ ଅପରାହ୍ଣ ୩ଟା ରେ ବିଜୁ ପଟ୍ଟନାୟକ ବିମାବନ୍ଦରରୁ ହେଲିକପ୍ଟର ଯୋଗେ ଗସ୍ତ କରିବେ । କନିଷିରେ ରୋଡ ସୋ କରିବେ ନବୀନ । ଅପରାହ୍ଣ ସାଢେ ୪ଟାରେ ବ୍ରହ୍ମପୁର ସହରରେ ପହଞ୍ଚି ସେଠାରେ ରୋଡ ସୋ କରିବେ  । ଏହା ପରେ ସଂଧ୍ୟା ୬ଟା ୪୦ରେ ଛତ୍ରପୁର ରଘୁନାଥପୁରରେ ପହଞ୍ଚିବେ । ଛତ୍ରପୁର ଷ୍ଟାଡିୟମରେ ଯାଇ ସାଧାରଣ ସଭାରେ ଯୋଗ ଦେବେ । ଏହା ପରେ ୭ଟା ୧୫ରେ ଛତ୍ରତ୍ପୁର ଏନ୍ ଏସି ଠାରୁ ଗଞ୍ଜାମ ଏନ୍ ଏସି ଏବଂ ସେଠାରୁ  ରମ୍ଭା ପର୍ଯ୍ୟନ୍ତ ରୋଡ ସୋ କରିବେ । ନବୀନଙ୍କ ପ୍ରଚାର ପାଇଁ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.