ଇସ୍ତାହାର ପ୍ରକାଶ କରିବା ପୂର୍ବରୁ ସିଇଓଙ୍କୁ ଭେଟିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

Published By : Prameya-News7 Bureau | April 09, 2019 IST

ଭୁବନେଶ୍ବର ୯|୪ : ବିଜୁ ଜନତା ଦଳ ଆଜି ପ୍ରକାଶ କରିବ ଇସ୍ତାହାର । କଂଗ୍ରେସ ଓ ବିଜେପି ଜାତୀୟ ସ୍ତରରେ ଓ ଆଞ୍ଚଳିକ ସ୍ତରରେ ସେମାନଙ୍କ ଇସ୍ତାହାର ପ୍ରକାଶ କରିସାରିଛନ୍ତି । ଆଉ ଦୁଇ ଦିନ ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ବିଜୁ ଜନତା ଜଳ ତାର ଇସ୍ତାହାର ପ୍ରକାଶ କରିବ । ତେବେ ଇସ୍ତାହାର ପ୍ରକାଶ କରିବା ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ନବୀନ । ନବୀନ କହିଛନ୍ତି ବିଜେପି ଯୋଗୁଁ ଚାଷୀ ପାଇଲେନି କାଳିଆ ଟଙ୍କା । କୃଷକ ଏହାର ଠିକ୍ ଉତ୍ତର ଦେବେ ବୋଲି ସେ କହିଛନ୍ତି ।

ଆଜି ବିଜେଡି ଇସ୍ତାହାରରେ କଣ ରହିବ ତାକୁ ନଜର ରଖିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ସୂଚନାଯୋଗ୍ୟ ଯେ, ଗତକାଲି କଳାହାଣ୍ଡିଠାରେ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କ ଲାଗି ବିଭିନ୍ନ ଯୋଜନା ସଂପର୍କରେ ସୂଚନା ଦେଇଥିଲେ । ଗରିବ ଝିଅମାନଙ୍କୁ ବିବାହ ପାଇଁ ୨୫ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ।

ସେହିଭଳି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ୫ହଜାର କୋଟି ଟଙ୍କାର ସରକାରୀ କାର୍ଯ୍ୟ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ଝିଅମାନଙ୍କ ଲାଗି କେଜିଠୁ ଆରମ୍ଭ କରି ମେଡିକାଲ, ଇଂଜିନିୟରିଂ ଆଦି ମାଗଣା ଶିକ୍ଷା ପ୍ରଦାନ କରାଯିବା ସଂପର୍କରେ ମଧ୍ୟ ଘୋଷଣା କରିଛନ୍ତି । ବିଜେଡିର ନିର୍ବାଚନୀ ଇସ୍ତାହାରରେ ଏସବୁ ସ୍ଥାନ ପାଇବା ସହ ଚାଷୀଙ୍କ ସଂପର୍କରେ ମଧ୍ୟ ବହୁ ଘୋଷଣା କରିବା ସମ୍ଭାବନା ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.