ବିଜେଡି ସୁପ୍ରିମୋଙ୍କ ନିର୍ବାଚନୀ ପ୍ରଚାର : କହିଲେ ‘ମା ମାନେ ବିକାଶର ଡବଲ୍‌ ଇଞ୍ଜିନ୍’

Published By : Prameya-News7 Bureau | April 17, 2019 IST

ଠାକୁରମୁଣ୍ଡା ୧୭।୪: ଆଜି ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ପ୍ରଚାର । ମୟୂରଭଞ୍ଜର ଜିଲ୍ଲାର ଠାକୁରମୁଣ୍ଡା ଠାରେ ଆୟୋଜିତ ସଭାରେ ଯୋଗଦେଇଛନ୍ତି ନବୀନ । ନିର୍ବାଚନୀ ପ୍ରଚାର ସଭାରେ ଜନତାଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି ଓଡିଶା ପ୍ରତି ଅବହେଳା ହେଉଛି । ବିଜେପି ସରକାର ପ୍ରକୃତରେ ଗରିବ ବିରୋଧୀ ସରକାର । ମାଆମାନେ ହେଉଛନ୍ତି ବିକାଶର ଡବଲ୍‌ ଇଞ୍ଜିନ୍‌। ମିସନ ଶକ୍ତି ପାଇଁ ମୋ ସରକାର କାମ କରିଚାଲିଛି ବୋଲି ନବୀନ କହିଛନ୍ତି ।  କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି । କିନ୍ତୁ ଏହାକୁ ବନ୍ଦ କରିବାକୁ କେନ୍ଦ୍ର ସରକାର ଚକ୍ରାନ୍ତ କରୁଛନ୍ତି । ମୁଁ ଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରି ପାରିବେ ନାହିଁ। ଆମ ସରକାର ଆସିବାର ପ୍ରଥମ ଦିନ କାଳିଆ ଯୋଜନାର ଅର୍ଥ ପୁଣି ଦିଆଯିବ। ଏଥର ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଁଏ ଦିଆଯିବ। ଶେଷ ନିଶ୍ବାସ ଥିବା ଯାଏଁ ମୁଁ ଆପଣମାନଙ୍କର ସେବା କରିବି ବୋଲି ନବୀନ କହିଛନ୍ତି । ମୋତେ ଆଶୀର୍ବାଦ କରନ୍ତୁ ଓ ଶଙ୍ଖ ଚିହ୍ନରେ ଭୋଟ୍‌ ଦିଅନ୍ତୁ ବୋଲି ଉପସ୍ଥିତ ଜନତାଙ୍କୁ  ନିବେଦନ କହିଛନ୍ତି ନବୀନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.