ରାଜ୍ୟ ସରକାରଙ୍କ ଯୋଗୁଁ ମୟୂରଭଞ୍ଜ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ଭବ ହେଲା : ନବୀନ

Published By : Prameya-News7 Bureau | April 25, 2019 IST

ବାରିପଦା ୨୫|୪: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ  ଆଜି ମୟୂରଭଂଜ ଜିଲ୍ଲାରେ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରିପଦାରୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ନବୀନ । ପ୍ରଥମେ ବାରିପଦା ଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହାପରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇଛନ୍ତି ନବୀନ ।

{"id":107045}

ପ୍ରଥମେ ଜୟ ଜଗନ୍ନାଥ କହି ବକ୍ତବ୍ୟ ଆରମ୍ଭ କଲେ ନବୀନ। ସେ କହିଛନ୍ତି ଯେ, ମୟୂରଭଞ୍ଜ ମେଡିକାଲ୍‌ କଲେଜ ପାଇଁ ରାଜ୍ୟ ସରକାର ୮୦% ଅର୍ଥ ଦେଇଛନ୍ତି । କେନ୍ଦ୍ର ସରକାର ମାତ୍ର ୨୦%  ଅର୍ଥ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ମେଡିକାଲ କଲେଜ ପାଇଁ କିଛି କଲେନାହିଁ। ରାଜ୍ୟ ସରକାରଙ୍କ ଯୋଗୁଁ କଲେଜ ପ୍ରତିଷ୍ଠା ସମ୍ଭବ ହେଲା। ଏହା କେଉଁ ପ୍ରକାର ହୀନ ରାଜନୀତି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଓଡ଼ିଶାବାସୀ ଏହାର ଠିକଣା ଜବାବ ଦେବେ ବୋଲି ନବୀନ କହିଛନ୍ତି ।

{"id":107046}

ପ୍ରାକୃତିକ ଦୁର୍ବିପାକ ସମୟରେ କେନ୍ଦ୍ରୀୟ ନେତାମାନଙ୍କର ଦେଖା ନ ଥିଲା। ଏବେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ରାଜ୍ୟର ବିପତ୍ତି ବେଳେ ପ୍ରଧାନମନ୍ତ୍ରୀଙ୍କର ଦେଖା ନ ଥିଲା, ଏବେ ଭୋଟ୍‌ ପାଇଁ ଦୌଡୁଥିବା କଥା ସେ କହିଛନ୍ତି । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି, କିନ୍ତୁ ଏହାକୁ ବନ୍ଦ କରିବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି। ମୁଁ ଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରି ପାରିବେ ନାହିଁ। ଆମ ସରକାର ଆସିବାର ପ୍ରଥମ ଦିନ କାଳିଆ ଯୋଜନାର ଅର୍ଥ ଦୁଇଟି କିସ୍ତିରେ ପୁଣି ଦିଆଯିବ ବୋଲି ନବୀନ କହିଛନ୍ତି ।

ନବୀନ କହିଛନ୍ତି ସାଢେ ଚାରି କୋଟି ଓଡିଶାବାସୀ ମୋ ପରିବାର । ମୁଁ ସବୁବେଳେ ଆପଣଙ୍କ ସହ ରହିଛି । ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ । ଶଙ୍ଖ ଚିହ୍ନରେ ଭୋଟ୍ ଦିଅନ୍ତୁ ବୋଲି ନବୀନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.