କେନ୍ଦ୍ରାପଡାରେ ରାତ୍ରିଯାପନ ପରେ ଆଜି ନବୀନ କରିବେ ମାରାଥନ୍ ପ୍ରଚାର

Published By : Prameya-News7 Bureau | April 27, 2019 IST

କେନ୍ଦ୍ରାପଡା ୨୭|୪: ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ଗୋଟାଇବାରେ ଶେଷ ମୁହୂର୍ତ୍ତରେ ସବୁ ଜୋର ଲଗାଇଦେଇଛନ୍ତି ପ୍ରମୁଖ ଦଳର ହେଭିୱେଟ୍ । ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରାପଡାରେ ରାତ୍ରିଯାପନ ପରେ ଆଜି କରିବେ ମାରାଥନ୍ ପ୍ରଚାର । ପଟ୍ଟାମୁଣ୍ଡାଇ, ଆଳି ଓ ରାଜକନିକାରେ ପ୍ରଚାର କରିବେ ନବୀନ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନ ସାଧାରଣ ସଭା ଓ ରୋଡ୍ ସୋ କରି ଭୋଟ୍ ମାଗିବେ ।

ଗତକାଲି ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଥିଲେ ନବୀନ । କହିଥିଲେ ଓଡ଼ିଶାର ସ୍ୱାର୍ଥ ନୁହେଁ, ବିଜେପି ପାଇଁ ମୂଲ୍ୟବାନ ଓଡିଶାବାସୀଙ୍କ ଭୋଟ୍ । ନିର୍ବାଚନ ବେଳେ ଭୋଟ ମାଗିବା ପାଇଁ ୧୦ଥର ପ୍ରଧାନମନ୍ତ୍ରୀ ଆସିଲେଣି, କିନ୍ତୁ ଓଡିଶାର ପ୍ରାକୃତିକ ବିପର୍ଯ୍ୟୟ ବେଳେ ଥରେ ହେଲେ ଓଡ଼ିଶା ଆସିନଥିଲେ ମୋଦି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.