କେନ୍ଦ୍ର ଉପରେ ପୁଣି ବର୍ଷିଲେ ନବୀନ, କହିଲେ ‘ମୁଁ ଥିବା ଯାଏଁ ବନ୍ଦ ହେବନି କାଳିଆ ଯୋଜନା’

Published By : Prameya-News7 Bureau | April 13, 2019 IST

ଫୁଲବାଣୀ ୧୩|୪: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଏବେ ଫୋକସ୍ ରେ ଦ୍ବିତୀୟ ପର୍ଯ୍ୟାୟ । ଆଜି କନ୍ଧମାଳ ତୁମୁଡ଼ିବନ୍ଧ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତୁମୁଡ଼ିବନ୍ଧ ଠାରେ ଆୟୋଜିତ ନିର୍ବାଚନ ପ୍ରଚାର ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଉପରେ ବର୍ଷିଛନ୍ତି ।  ସେ କହିଛନ୍ତି କେନ୍ଦ୍ର ସରକାର କାଳିଆ ଯୋଜନା ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। କିନ୍ତୁ ମୁଁ ଥିବା ଯାଏଁ କାଳିଆ ଯୋଜନା ବନ୍ଦ ହେବନି। ଏହି ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି।

{"id":103033}

ନବୀନ କହିଛନ୍ଆତି ମ ସରକାର ଆସିବାର ପ୍ରଥମ ଦିନ ପୁଣି କାଳିଆ ଯୋଜନାରେ ଆର୍ଥିକ ସହାୟତା ମିଳିବ । ସେ କହିଛନ୍ତି ଯେ ମହିଳାମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ୍‌ ଇଞ୍ଜିନ୍‌। କେନ୍ଦ୍ର ଓଡ଼ିଶାକୁ କୌଣସି ସହଯୋଗ କରୁନି, ଭୋଟ୍‌ ମାଗିବାକୁ କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସୁଛନ୍ତି ବୋଲି ନବୀନ କହିଛନ୍ତି । ଏଠାରୁ ମୁଖ୍ୟମନ୍ତ୍ରୀ ଧରାକୋଟ ଅଭିମୁଖେ ଯାଇ ରୋଡ୍‌ ସୋ’ କରିବା ସହ ଅନ୍ୟ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.