Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ଗୋଟିଏ ମାସରେ ୧୦ଥର ଓଡିଶା ଆସିଲେଣି, କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ବେଳେ ୫ ବର୍ଷରେ ଥରୁଟିଏ ଆସିପାରିଲେନି : ନବୀନ

26/04/2019 at 2:26 PM

ଜଗତସିଂହପୁର ୨୬|୪: କାଲି ସରିବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ । ମଇଦାନରେ ଜୀ ଜାନ ଲଗାଇ ଦେଇଛନ୍ତି ନେତା ।  ମାରାଥନ୍ ପ୍ରଚାରରେ ଲାଗିଛନ୍ତି ସବୁ ଦଳର ଷ୍ଟାର ପ୍ରଚାରକ । ଆଜି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗତସିଂହପୁର ଜିଲ୍ଳା ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳିରୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଏରସମା ଗୋଡାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ନବୀନ । କେନ୍ଦ୍ର ଉପରେ ବର୍ଷିବା ସହ କେନ୍ଦ୍ରୀୟ ଅବହେଳା କଥା ଉଠାଇଛନ୍ତି ନବୀନ । ଏହାସହ ସିଧାସଳଖ ଆକ୍ଷେପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ । ନବୀନ କହିଛନ୍ତି ଯେ, ଭୋଟ୍ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ଗୋଟିଏ ମାସରେ ୧୦ ଥର ଓଡ଼ିଶା ଆସିଲେଣି । କିନ୍ତୁ ବନ୍ୟା, ବାତ୍ୟା ଏବଂ ଓଡ଼ିଶାବାସୀଙ୍କ ଦୁଃଖ ସମୟରେ ୫ ବର୍ଷରେ ଥରୁଟିଏ ଆସିପାରିଲେନି । କିନ୍ତୁ ବନ୍ୟା, ବାତ୍ୟା ବେଳେ ଅନ୍ୟ ରାଜ୍ୟକୁ ଯାଇଛନ୍ତି । ସେତେବେଳେ ଓଡ଼ିଶା କଥା ମନେପଡିଲାନି ।

ମୁଁ ସବୁବେଳେ ଆପେଣଙ୍କ ସହ ଅଛି ଓ ରହିଥିବି ବୋଲି ନବୀନ କହିଛନ୍ତି । ଜଗତସିଂହପୁର ପରେ ମହାକାଳପଡାରେ ନବୀନ ରୋଡ୍ ସୋ କରିଛନ୍ତି । ଖରନାସୀ ପଞ୍ଚାୟତର ହରିଆବାଙ୍କରୁ ରୋଡ୍ ସୋ ଆରମ୍ଭ କରିଥିଲେ ନବୀନ । ରାମନଗର, ଛପାଲି, ମଙ୍ଗଳପୁରୁ, ମହାକାଳପଡା, ମାର୍ଶ।ଘାଇ ଦେଇ ପାଟକୁରା ନିର୍ବ।ଚନ ମଣ୍ଡଳିର ନୂଆପଡାରେ ପହଞ୍ଚିଛି ରୋଡ୍ ସୋ’ ।

ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ୩ ଟାରେ ପାଟପୁରାର କଳାବୋଦା, କୋରୁଆ ମାହାଳ ବଜାର  ହରିଅଙ୍କ, ଦାନପୁରୁ ଓ ଚାନ୍ଦୋଳବଜାର ଦେଇ ବଳଦେବ ଜୀୟୁ ମନ୍ଦିର ନିକଟରେ ପହଂଚିବ ନୀବନଙ୍କ ରଥ । ବଳଦେବ ଜୀୟୁଙ୍କ ଦର୍ଶନ ପରେ ନବୀନ କେନ୍ଦ୍ରାପଡା ଟାଉନରେ ରୋଡ୍ ସୋ’ କରିବେ ।  ତନିମୁହାଣି ଠାରେ ଆଜି ଶେଷ ହେବ ପ୍ରଚାର । ଆଜି ଜଣ୍ଟିଲୋରେ ରାତ୍ରି ଯାପନ କରିବେ ନବୀନ ।

   Related Posts