ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ : ନବୀନ

Published By : Prameya-News7 Bureau | April 12, 2019 IST

ବ୍ରହ୍ମପୁର ୧୨|୪:   ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଟପୁରଠାରୁ ସାନପାରଳାଖେମୁଣ୍ଡି ଯାଏଁ ନିର୍ବାଚନ ପ୍ରଚାର ରୋଡ୍‌ ସୋ’ରେ କରିଛନ୍ତି ନବୀନ । ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ନବୀନ କହିଛନ୍ତି ୪୦ ଲକ୍ଷ ହିତାଧିକାରୀ କାଳିଆ ଯୋଜନାରୁ ଆର୍ଥିକ ସହାୟତା ପାଇ ସାରିଛନ୍ତି। ବାକି ୨୧ ଲକ୍ଷ ହିତାଧିକାରୀଙ୍କ ସହାୟତା ରାଶିକୁ ଯଡଯନ୍ତ୍ର କରି ଅଟକା ଯାଇଛି। ସମ୍ପୃକ୍ତ ହିତାଧିକାରୀମାନେ ଭୋଟ୍‌ ଦେବା ବେଳେ ତାର ଉଚିତ ଜବାବ ଦେବେ ବୋଲି ନବୀନ କହିଛନ୍ତି। ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ ବୋଲି ନବୀନ କହିଛନ୍ତି ।  ସେ କହିଛନ୍ତି ପ୍ରାକୃତିକ ବିପର୍ଯ୍ୟୟ ପରେ ପରେ କୌଣସି କେନ୍ଦ୍ରୀୟ ନେତା ରାଜ୍ୟକୁ ଆସିଲେ ନାହିଁ, କିନ୍ତୁ ଏବେ ଭୋଟ୍‌ ମାଗିବାକୁ ଆସୁଛନ୍ତି।

{"id":102686}

ଗଞ୍ଜାମ ଗସ୍ତରେ ଆସି ପାଟପୁର ହେଲିପ୍ୟାଡ୍‌ରେ ଅବତରଣ କରିବା ପରେ ଏକ ସ୍ବତନ୍ତ୍ର ବସ୍‌ରେ ବସି ପାଟପୁର ଗାନ୍ଧିଛକରୁ ରୋଡ୍‌ ସୋ’ ଆରମ୍ଭ କରିଥିଲେ ନବୀନ । ଏହି ରୋଡ୍‌ ସୋ’ରେ ସ୍ଥାନୀୟ ବିଧାୟକ ଓ ସାଂସଦ ଏବଂ ବହୁ ଦଳୀୟ କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ।ଏହା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଶେରଗଡ-ହିଞ୍ଜିଳି ଗସ୍ତ କରି ପ୍ରଚାର କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.