Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୪ କରୋନା ସଂକ୍ରମିତ, ୩୧୬୬୪୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମୁମ୍ବାଇ : ୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଲା ୧୨ବର୍ଷ
  • ||
  • କୋରାପୁଟ ଜିଲ୍ଲାରୁ ପୁଣି ଗଞ୍ଜେଇ ଜବତ : ଧରାପଡିଲା ୮୫ଲକ୍ଷ ଟଙ୍କାର ଗଞ୍ଜେଇ, ଅଭିଯୁକ୍ତ ଫେରାର
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||

ବିଜେଡି ଫୋକସରେ ପଶ୍ଚିମ ଓଡିଶା : ‘ଶେଷ ନିଶ୍ବାସ ଥିବା ଯାଏଁ ଓଡିଶାର ସେବା କରିବି’ – ମୁଖ୍ୟମନ୍ତ୍ରୀ

16/04/2019 at 10:36 AM

ବରଗଡ ୧୬|୪: ବିଜେଡି ଫୋକସରେ ପଶ୍ଚିମ ଓଡିଶା । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପଶ୍ଚିମ ଓଡିଶାରେ ମାରାଥନ ପ୍ରଚାର କରୁଛନ୍ତି ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ବରଗଡ ଗସ୍ତର ଆଜି ଦ୍ବିତୀୟ ଦିନ । ଦ୍ବିତୀୟ ପର୍ଯ୍ୟାୟ ପାଇଁ ପ୍ରଚାରର ଶେଷ ଦିନରେ ଆଜି ମୁଖ୍ୟମନ୍ତ୍ରୀ ବରଗଡ, ବରପାଲି, ବିଜେପୁର, ଗାଇସିଲଟରେ ସାଧାରଣ ସଭା କରିବେ ।

ବରଗଡ ସାଧାରଣ ସଭାରେ ଯୋଗଦେଇ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ । ନବୀନ କହିଛନ୍ତି କାଳିଆ ଯୋଜନାରେ ୪୦ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । କାଳିଆ ଯୋଜନାକୁ ବନ୍ଦ କରିବାକୁ ଯୋଜନା କରିଛି ବିଜେପି । ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେନି ବୋଲି ନବୀନ କହିଛନ୍ତି । ସରକାର ଗଠନର ପ୍ରଥମ ଦିନରେ ମିଳିବ କାଳିଆ ଟଙ୍କା ।   ସାଢେ ୪କୋଟି ଓଡିଶାବାସୀ ମୋ ପରିବାର ବୋଲି ନବୀନ କହିଛନ୍ତି । ଶେଷ ନିଶ୍ବାସ ଥିବା ଯାଏଁ ଓଡିଶାର ସେବା କରିବେ ବୋଲି କହିଛନ୍ତି ।

ଏହାପରେ ରାଉରକେଲାରେ ରଘୁନାଥପାଲ୍ଲୀ ଆଇଡିଏଲ ଗେଷ୍ଟ ହାଉସରୁ ରାଉରକେଲା ଏୟାର ଷ୍ଟ୍ରିପ୍ ପର୍ଯ୍ୟନ୍ତ ନବୀନ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି ।

ଗତକାଲି ବରଗଡର ଅତାବିରା, ପଦ୍ମପୁରରେ ସାଧାରଣ ସଭା କରିଥିଲେ ନବୀନ । ବଲାଙ୍ଗୀରର ବିଭିନ୍ନ ସ୍ଥାନରେ ରାତିରେ ରୋଡ ସୋ କରି ପ୍ରଚାର କରିଛନ୍ତି ନବୀନ । ଏହି ସମୟରେ ନବୀନ ବସ୍ ଉପରୁ ହାତ ହଲାଇ ସମସ୍ତଙ୍କୁ ଆପଣମାନେ ଖୁସି ତ ବୋଲି ପ୍ରଶ୍ନ କରିବା ସହ ନିଜେ ମଧ୍ୟ ଖୁସିଥିବା କହିଥିଲେ । ଶଂଖ ଚିହ୍ନରେ ଭୋଟ୍ ଦେବାକୁ ସମସ୍ତଙ୍କୁ ନିବେଦନ କରିଥିଲେ । 

   Related Posts