ସୋନପୁରରେ ଓଡିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ପ୍ରସଙ୍ଗ ଉଠାଇଲେ ନବୀନ

Published By : Prameya-News7 Bureau | April 11, 2019 IST

ସୋନପୁର ୧୧|୪ : ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋନପୁର ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲାରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଜାଲୋଏ ଏବଂ ସୋନପୁର ନିର୍ବାଚନ ମଣ୍ଡଳୀର ଶିଆଳିଠାରେ ଆୟୋଜିତ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇଛନ୍ତି ନବୀନ । ଉଭୟ ସଭାରେ ଓଡିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ପ୍ରସଙ୍ଗ ଉଠାଇଛନ୍ତି ନବୀନ। ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେନ୍ଦ୍ରର କୌଣସି ନେତା ଓଡିଶାକୁ ଆସୁ ନାହାନ୍ତି । କିନ୍ତୁ ନିର୍ବାଚନ ସମୟ ହୋଇଥିବାରୁ ସେମାନେ ଭୋଟ୍‌ ମାଗିବାକୁ ଆସୁଛନ୍ତି ବୋଲି ନବୀନ କହିଛନ୍ତି। କେନ୍ଦ୍ର ସରକାର ମଧ୍ୟ କେବିକେ ଯୋଜନାର ଅର୍ଥ ବନ୍ଦ କରିଛନ୍ତି। ଭୋଟ୍‌ ପାଇଁ ଜନସାଧାରଣଙ୍କୁ ପ୍ରଭାବିତ କରିବାକୁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ନବୀନ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.