‘କାଳିଆକୁ କେହି ବନ୍ଦ କରିପାରିବେନି, ସରକାରକୁ ଆସିବାର ପ୍ରଥମ ଦିନରେ ମିଳିବ କାଳିଆ ଟଙ୍କା’ : ନବୀନ

Published By : Prameya-News7 Bureau | April 10, 2019 IST

ସୁନ୍ଦରଗଡ ୧୦|୪ : ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସୁନ୍ଦରଗଡରେ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗୋଟିଏ ଦିନରେ ନବୀନ ସୁନ୍ଦରଗଡ଼ ଜିଲ୍ଲାର ସାତୋଟି ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର  କରିବାର କାର୍ଯ୍ୟକ୍ରମ ରହିଛି । ସୁନ୍ଦରଗଡରେ ଆୟୋଜିତ ସଭାରେ ଯୋଗଦେଇ ଉଦବୋଧନ ଦେଇଛନ୍ତି ନବୀନ । ସେ କହିଛନ୍ତି କାଳିଆ ଯୋଜନାକୁ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛି ବିଜେପି । ସେ ଥିବା ଯାଏଁ କାଳିଆ ଯୋଜନା ବନ୍ଦ ହେବନାହିଁ ବୋଲି ନବୀନ କହିଛନ୍ତି । ସରକାର ଆସିବାର ପ୍ରଥମ ଦିନରେ କାଳିଆ ଟଙ୍କା ମିଳିବ ବୋଲି ସେ କହିଛନ୍ତି । ବ୍ରାହ୍ମଣୀ ନଦୀରେ ଦ୍ବିତୀୟ ସେତୁ କେବେ ହେବ ବୋଲି ନବୀନ ପ୍ରଶ୍ନ କରିଛନ୍ତି ।

ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରୁ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚି ସେଠାରୁ ହେଲିକାପ୍ଟର ଯୋଗେ ସୁନ୍ଦରଗଡ଼ ହେମଗିରିରେ ପହଞ୍ଚିଥିଲେ । ଏହାପରେ ବୀରମିତ୍ରପୁର, ରାଉରକେଲା, ରଘୁନାଥପାଲ୍ଲୀ ଯାଇ ରୋଡ୍ ସୋ କରିବେ ନବୀନ । ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାର ସାତୋଟି ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରିବେ । ସଂଧ୍ୟ ସାଢେ ୫ ଟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.