Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଜାମ୍ମୁ କାଶ୍ମୀରରୁ ୩୭୦ଧାରା ଉଚ୍ଛେଦ ସଙ୍କଳ୍ପକୁ ରାଜ୍ୟସଭାରେ ସମର୍ଥନ କଲା ବିଜେଡ଼ି,ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କ’ଣ କହିଲେ ପଢ଼ନ୍ତୁ

5/08/2019 at 12:32 PM

ନୂଆଦିଲ୍ଲୀ ୫/୮:  ଜାମ୍ମୁ କାଶ୍ମୀରରୁ ୩୭୦ଧାରା ଉଚ୍ଛେଦ ଓ ଏହାର ପୁର୍ନଗଠନ ସମ୍ପର୍କିତ ସଙ୍କଳ୍ପ ପ୍ରସ୍ତାବକୁ ବିଜୁ ଜନତା ଦଳ ସମର୍ଥନ କରିଛି। ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସଙ୍କଳ୍ପ ଉପରେ ଆଲୋଚନାରେ ଅଂଶଗ୍ରହଣ କରି କେନ୍ଦ୍ର ସରକାରଙ୍କ ଏଭଳି ଏକ ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଭୂରିଭୂରି ପ୍ରଶଂସା କରିଛନ୍ତି। ୭୦ବର୍ଷ ପରେ ଯାଇ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ପ୍ରମାଣିତ ହୋଇଥିବା ସେ କହିଛନ୍ତି।

କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା ସତେ୍‌ ଏଠାରେ ଅନ୍ୟ କୈାଣସି ଭାରତୀୟ ଜାଗା ଜମି କିଣିପାରିବ ନାହିଁ,ଏଠାରେ ଭାରତୀୟ ଆଇନ କାର୍ଯ୍ୟ କରିବ ନାହିଁ ବୋଲି ଯାହା ନିୟମ ରହିଥିଲା ତାକୁ ଉଚ୍ଛେଦ କରି ସରକାର ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି ବୋଲି ନିଜ ବକ୍ତବ୍ୟ ରଖିଥିଲେ। ତେବେ ଜାମ୍ମୁ କାଶ୍ମୀରର ଆର୍ଥିକ ପଛୁଆ ବର୍ଗ ପାଇଁ ଆଗତ ସଂରକ୍ଷଣ ବିଧାୟକର ଆଉ କୈାଣସି ଆବଶ୍ୟକତା ନାହିଁ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ। ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ ପ୍ରତ୍ୟେକ ଭାରତୀୟ ସେହି ଦିନକୁ ଅପେକ୍ଷା କରିଛନ୍ତି ଯେଉଁ ଦିନ ପାକ୍ ଅଧିକୃତ କାଶ୍ମୀର ମଧ୍ୟ ଭାରତୀୟ ମାନଚିତ୍ରରେ ସ୍ଥାନ ପାଇବ।

ସବୁ ରାଜ୍ୟକୁ ସମାନ ଆଖିରେ ଦେଖିବାଭଳି ନିଷ୍ପତ୍ତି ସରକାର ନେଇଛନ୍ତି ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ବିଜୁ ଜନତା ଦଳ , ଦଳର ସଭାପତି ନବୀନ ପଟ୍ଟନାୟକ,ଦଳର ସାଂସଦ ଓ ସେ ନିଜେ ସ୍ବାଗତ କରୁଥିବା ପ୍ରକାଶ କରିଛନ୍ତି। ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ ପ୍ରସ୍ତାବକୁ ନେଇ ଭୂରିଭୂରି ପ୍ରଶଂସା କରୁଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହ ନିଜ ଆସନରେ ବସି ଟେବୁଲ ବାଡ଼େଇ ସ୍ବାଗତ କରୁଥିବା ଦେଖିବାକୁ ମିଳିଥିଲା।

   Related Posts