ତୈଳ ଦର ବୃଦ୍ଧି ପ୍ରତିବାଦରେ କାଲିଠୁ ରାସ୍ତାକୁ ଓହ୍ଲାଇବ ବିଜେଡି

Published By : Prameya-News7 Bureau | May 27, 2018 IST

ତୈଳ ଦର ବୃଦ୍ଧି ପ୍ରତିବାଦରେ କାଲିଠୁ ରାସ୍ତାକୁ ଓହ୍ଲାଇବ ବିଜେଡି । କେନ୍ଦ୍ର ସରକାର ତୈଳଦର ବୃଦ୍ଧି ରୋକିବାରେ ବିଫଳ ହୋଇଛି । ଅର୍ନ୍ତଜାତୀୟ ବଜାରରେ ଅସୋଧିତ ତୈଳ ଦର କମ ଥିଲେ ବି ପେଟ୍ରୋଲ ଓ ଡିଜେଲ ଦର କମୁନି । କେନ୍ଦ୍ର ଟାକ୍ସ ନକମାଇ ରାଜ୍ୟକୁ ଭାଟ ଛାଡ କରିବାକୁ ପ୍ରସ୍ତାବ ଦେଉଛି । ତେଣୁ ଏହାକୁ ପ୍ରତିବାଦ କରି ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ । ତେଲ ଦରବୃଦ୍ଧି ପାଇଁ କେନ୍ଦ୍ରକୁ ଦାୟୀ କରି ବିଜେଡି ଅଭିଯୋଗ କରିଛି, ସାଧାରଣ ଲୋକଙ୍କୁ କେନ୍ଦ୍ର ସରକାର ଟିକସ ଜାଲରେ ଫସାଇ ହନ୍ତସନ୍ତ କରୁଛନ୍ତି । କେନ୍ଦ୍ର ସରକାର ଏହି କ୍ଷେତ୍ରରୁ ଅତ୍ୟଧିକ ରାଜସ୍ବ ଆଦାୟ କରିବା ଦରବୃଦ୍ଧିର କାରଣ ବୋଲି ବିଜେଡି କହିଛି । ଆସନ୍ତା ୨୮, ୨୯ ଏବଂ ୩୦ତାରିଖରେ ସବୁ ବ୍ଲକରେ ବିଜେଡି ଆନ୍ଦୋଳନ କରିବ । ଏହା ସହ ସକାଳ ୧୦ରେ ରାଜଭବନ ଆଗରୋ ବିକ୍ଷୋବ କରିବ ଦଳ । ସେପଟେ ବିଜେଡିର ଏହି ଆନ୍ଦୋକୁ ନେଇ ବିଜେପି କହିଛି ମହାନଦୀ ଆନ୍ଦୋଳନରେ ଫେଲ ମାରିବା ପରେ ତୈଳ ଦରକୁ ନେଇ ଆଉ ଏକ ନାଟକ କରୁଛନ୍ତି । ଅଗଷ୍ଟରେ କେନ୍ଦ୍ର ସରକାର ୨ଟଙ୍କା କମାଇଥିଲେ ହେଲେ ରାଜ୍ୟ ସରକାର ଟଙ୍କାଟିଏ କମାଇଲେନି । ଯଦି ପ୍ରକୃତରେ ବିଜେଡି ତେଲ ଦର କମୁବୋଲି ଚାହୁଛି ତେବେ ତେଲରୁ ନେଉଥିବା ୨୬ ଟଙ୍କା ଭାଟ ଛାଡୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.