ନିଯୁକ୍ତି ପ୍ରସଙ୍ଗକୁ ନେଇ କେନ୍ଦ୍ରୀୟ ପିଏସ୍ୟୁ ସମ୍ମୁଖରେ ବିଜେଡିର ବିକ୍ଷୋଭ

Published By : Prameya-News7 Bureau | November 08, 2018 IST

ଭୁବନେଶ୍ଆବର ୮/୧୧: ଆଜି କେନ୍ଦ୍ରାଞ୍ଚଳ ଆରଡିସି ଅନ୍ତର୍ଭୁକ୍ତ ଜିଲ୍ଲାରେ ବିକ୍ଷୋଭ କରିବ ବିଜେଡି । ବିଭିନ୍ନ ରାଷ୍ଟ୍ରାୟତ ସଂସ୍ଥାରେ ଯେପରିକି  ନାଲକୋ, ପୂର୍ବତନ ରେଲୱେ ମୁଖ୍ୟାଳୟ, ଭୁବନେଶ୍ବରସ୍ଥିତ ଆଇଓସିଏଲ୍‌, ମହାନଦୀ କୋଲ୍ଡ ଫିଲ୍ଡ ଆଦି ସମ୍ନୁଖରେ ବିଜେଡି ପକ୍ଷରୁ ପ୍ରତିବାଦ କରାଯିବ । ୨୦୧୪ରେ ବିଜେପି ୧୦ କୋଟି ଲୋକଙ୍କୁ ଚାକିରି ଦେବାକୁ ପ୍ରତିଶୃତି ଦେଇଥିଲା ।ସେଥିରୁ ଓଡିଶାରେ ୩୬ ଲକ୍ଷ ଚାକିରି ପାଇଁ ସୁଯୋଗ ଥିଲା । ହେଲେ ତାହା ହୋଇପାରିନି । ଏହାସହ ଓଡିଶାରେ ଇଣ୍ଡଷ୍ଟ୍ରିଆଲ କରିଡର କରିବାକୁ କହିଥିଲା ବିଜେପି । ତାହା ମଧ୍ୟ କରିନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.