ପାଣି ଭିତରେ ପସିଗଲା କାର୍, ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଦିପ୍ତୀକାନ୍ତ ପରିଜାଙ୍କ ମୃତ୍ୟୁ
2/09/2020 at 4:07 PM

ମାର୍ଶାଘାଇ ୨।୯: ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଲା କାର୍ । ଗାଡିରେ ଥିବା ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଦିପ୍ତୀକାନ୍ତ ପରିଜାଙ୍କ ମୃତ୍ୟୁ ହୋଇଛି ।

କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ନଡିଆ ବରାଇ ଗ୍ରାମର ଦିପ୍ତୀକାନ୍ତ ପରିଜା ମଙ୍ଗଳବାର ବିଳମ୍ବିତ ରାତିରେ ନିଜେ କାର ଚଲାଇ କଟକରୁ ନିଜଘର ନଡିଆ ବରାଇ ଅଭିମୁଖେ ଆସୁଥିଲେ । କୋରୁଆ-ନଡିଆ ବରାଇ ରାସ୍ତାର ବେଉଳ ନିକଟରେ ତାଙ୍କ କାର ଭାରସାମ୍ୟ ହରାଇ ପାଣିକୁ ଖସିପଡିଥିଲା । ସ୍ଥାନୀୟ ଲୋକମାନେ ଦିପ୍ତୀକାନ୍ତଙ୍କୁ ଉଦ୍ଧାର କରି ପାଟକୁରା ମେଡ଼ିକାଲକୁ ନେବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଦିପ୍ତୀକାନ୍ତଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପାଟକୁରା ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ।