ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ତୃଣମୂଳ ସ୍ତରରେ ସଂଗଠନକୁ ଆହୁରି ସୁଦୃଢ଼ କରିବାକୁ ସୁପ୍ରିମୋ ଦେଲେ ମନ୍ତ୍ର

Published By : Prameya-News7 Bureau | December 20, 2020 IST

ଭୁବନେଶ୍ୱର ୨୦।୧୨ : ବିଜେଡି କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ପ୍ରସ୍ତାବ ଗୃହୀତ । ପୁଣି କେନ୍ଦ୍ର ଅବହେଳା ପ୍ରସଙ୍ଗ ଦୋହରାଇଲା ଦଳ। କେନ୍ଦ୍ରର ଅବହେଳା, ଅଣଦେଖା ଓ ନକରାତ୍ମକ ଆଭିମୁଖ୍ୟ ରାଜ୍ୟ ବିକାଶରେ ବାଧକ ସାଜିଛି । ଏ ସବୁ ସତ୍ତ୍ୱେ ସମସ୍ତ ଲୋକାଭିମୁଖୀ କାର୍ଯ୍ୟ ଜାରି ରହିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

 ମହାବାତ୍ୟାରୁ ମହାମାରୀ ପର୍ଯ୍ୟନ୍ତ ସବୁ ବଧାବିଘ୍ନକୁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆମେ ମୁକାବିଲା କରିପାରିଛୁ । ସେହିପରି କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଓ ଆୟ ଦ୍ବିଗୁଣିତ କରିବାକୁ ବିଜୁ ଜନତା ଦଳ ସବୁ ବେଳେ ପ୍ରୟାସ କରି ଆସିଛି । ସ୍ୱାମୀନାଥନ କମିଟି ସୁପାରିଶ ଅନୁସାରେ ଚାଷୀକୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେବା ପାଇଁ ଲଢେଇ ଜାରି ରହିବ । ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ହକଦାର । ଏଥି ପାଇଁ ଲଢେଇ ଜାରି ରହିବ । ଏ ପ୍ରସଙ୍ଗରେ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛି କେନ୍ଦ୍ର । ମହିଳା ଶସକ୍ତିକରଣ ପାଇଁ ପ୍ରସ୍ତାବ । ପଂଚାୟତ ବ୍ୟବସ୍ଥାରେ ମହିଳା ମାନଙ୍କୁ ସଂରକ୍ଷଣ ଦିଆଯାଇଛି । ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ପାଇଁ ଦାବି କରିଛି ଦଳ ।  ସେହିପରି ଓଡ଼ିଶାର ସଂସ୍କୃତି ଐତିହ୍ୟର ସୁରକ୍ଷା ପାଇଁ ପ୍ରସ୍ତାବ । ଓଡ଼ିଶାର ବରପୁତ୍ର ମାନଙ୍କ ଗାଁକୁ ଆଦର୍ଶ ଗାଁ ହିସାବରେ ଗ୍ରହଣ କରାଯାଉ । ତେବେ ସାଙ୍ଗଠନିକ ନିର୍ବାଚନ ସରିବା ପରେ ଏହା ବିଜେଡିର ପ୍ରଥମ କାର୍ଯ୍ୟକାରିଣୀ । ଭର୍ଚୁଆଲ ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ ଯୋଗ ଦେଇଥିଲେ । ସାଂଗଠନିକ ପ୍ରସ୍ତାବ ଆଗତ କରିଥିଲେ ବରିଷ୍ଠ ନେତା ଦେବି ମିଶ୍ର । ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ସହିତ ରଣନୀତି ସହ ଆସନ୍ତା ବର୍ଷକ ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛି ଦଳ । ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କ ପାଇଁ ୧ ମିନିଟ ନିରବ ପ୍ରାଥନା କରଯାଇଥିଲା । ୨୧ ତାରିଖରେ ବସିବ ରାଜ୍ୟ ପରିଷଦ ବୈଠକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.