ପୁଣି ଥରେ ବୈଜୟନ୍ତଙ୍କ ମିଥ୍ୟା ସତ୍ୟପାଠ ପ୍ରସଙ୍ଗ ଉଠାଇଲା ବିଜେଡି

Published By : Prameya-News7 Bureau | April 24, 2019 IST

ଭୁବନେଶ୍ବର ୨୪।୪: ବୌଜୟନ୍ତଙ୍କ ମିଥ୍ୟା ସତ୍ୟପାଠ ପ୍ରସଙ୍ଗ ପୁଣି ଥରେ ଦୋହରାଇଲା ବିଜେଡି । ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଦଳର ମୁଖପାତ୍ର ସଶ୍ମିତ ପାତ୍ର ଗତ ୨୦୧୪ ମସିହା ନିର୍ବାଚନ ବେଳେ ବୌଜୟନ୍ତ ପ୍ରାର୍ଥୀପତ୍ର ସହ ଦାଖଲ କରିଥିବା ମିଥ୍ୟା ସତ୍ୟପାଠ ନେଇ କାହିଁକି ନିରବ ବୋଲି ପ୍ରଶ୍ନ କରିଛନ୍ତି । ଖଣି କମ୍ପାନୀ ଇମ୍ଫା ମାଲିକ ବୈଜୟନ୍ତ କିପରି କେନ୍ଦ୍ରାପଡାବାସୀଙ୍କୁ ଠକିଥିଲେ ଓ ଏବେ କିପରି ଠକିବାକୁ ଯାଉଛନ୍ତି ସାମ୍ବାଦିକ ସମ୍ମିଳନୀରେ ଉଜାଗର କରିଛନ୍ତି ସଶ୍ମିତ ।

ଗତ ସାଧାରଣ ନିର୍ବାଚନରେ ବୈଜୟନ୍ତ କେବଳ ମିଥ୍ୟା ସତ୍ୟପାଠ ଦାଖଲ କରିଥିଲେ। ଯେଉଁଥିରେ ବୈଜୟନ୍ତଙ୍କ କମ୍ପାନୀ ଲାଭାନ୍ବିତ ହୋଇଥିଲା । ହେଲେ ଏବେ ସେ ଡବଲ-ବି ଠକେଇ କରିବାକୁ ଯାଉଥିବା ସଶ୍ମିତ କହିଛନ୍ତି । ଏପର୍ଯ୍ୟନ୍ତ ବୈଜୟନ୍ତଙ୍କ ଦଳ ଓଡିଶାରେ ଡବଲ ଇଞ୍ଜିନ କଥା କହି ଆସୁଥିଲା। ହେଲେ ବୈଜୟନ୍ତଙ୍କ ଡବଲ-ବି ଠକେଇ କଥା କେହି ଜାଣି ନଥିଲେ ବୋଲି ସଶ୍ମିତ କହିଛନ୍ତି । ବିଜେପି ଓ ବୈଜୟନ୍ତ ମିଳିତ ଭାବେ ଏହି ଠକେଇ କରିବାକୁ ଯାଉଛନ୍ତି।

{"id":106834}

ଏବେ ବିଜେପି ବୈଜୟନ୍ତଙ୍କ ଠକେଇ ନେଇ ପଦେ ବି ମୁହଁ ଖୋଲୁନାହିଁ । ଯେଉଁ ବିଜେପି ବିଜେଡି ବିରୋଧରେ  ସାମ୍ବାଦିକ ସମ୍ମିଳନୀ ପରେ ସମ୍ମିଳନୀ  କରି ଚାଲିଥିଲା କେନ୍ଦ୍ରାପଡା ଭୋଟଗ୍ରହଣ ଆଗରୁ ଚୁପ ହୋଇ ଯାଇଛି । ପ୍ରସଙ୍ଗରେ ଧର୍ମେନ୍ଦ୍ର ମଧ୍ୟ ନିରବ ହୋଇଯାଇଛନ୍ତି ।କାହିଁକି ନା ସେ ଜାଣିଛନ୍ତି ଯଦି ମୁହଁ ଖୋଲିବେ ବୈଜୟନ୍ତଙ୍କ ସତ ତାଙ୍କର ମଧ୍ୟ ଅପରାଧ ସମ୍ପର୍କ ଉପରୁ ପରଦା ଉଠିଯିବ । ବୈଜୟନ୍ତଙ୍କ ଠକେଇ ଜଣାପଡିବା ପରେ କେନ୍ଦ୍ରାପଡାବାସୀ କୋର୍ଟରେ ମୋକଦ୍ଦମା ରୁଜୁ କରିଥିଲେ। ଏଥର ନିର୍ବାଚନରେ ବୈଜୟନ୍ତଙ୍କୁ କେନ୍ଦ୍ରାପଡା ଭୋଟର ଡବଲ-ବି ଠକେଇ କରିବାକୁ ପୁଣି ମୌକା ଦେବେ ନାହିଁ ବୋଲି ସଶ୍ମିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.