Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||
  • ଭୁବନେଶ୍ବର : ହୋଟେଲ୍ ଓ ରେଷ୍ଟୁରାଣ୍ଟକୁ BMCର କଡା ନିର୍ଦ୍ଦେଶ, ୭ ଦିନ ଭିତରେ ଦୋକାନ ସମ୍ମୁଖରେ ଲଗାଅ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୩ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୪୩ କୋଭିଡ୍ ସଂକ୍ରମିତ, ୩୩୩୮୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ତୈଳଦର ବୃ୍ଦ୍ଧି ନେଇ ବିଜେଡିର ନୀରବତା ତିଆରି କରୁଛି ଅନେକ ପ୍ରଶ୍ନ, କଂଗ୍ରେସ କହିଲାଣି ଓହ୍ଲାଇବ ରାଜରାସ୍ତାକୁ

6/07/2019 at 8:05 PM

ଭୁବନେଶ୍ବର୬|୭; ତେଲ ଦର ବୃଦ୍ଧିକୁ ନେଇ ବ୍ୟାପିଲାଣି ଅସନ୍ତୋଷ । କାଲି ବଜେଟ ଆଗତ ହେଉହେଉ ତାର ଇଫେକ୍ଟ ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳିଛି । ହେଲେ ତେଲ ଦର ବୃଦ୍ଧିକୁ ନେଇ କଂଗ୍ରେସ, ଲୋକ ଅସନ୍ତୋଷକୁ ଧ୍ୟାନରେ ରଖି ବିରୋଧ କରିବବୋଲି କହିଛି । ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଉଥିବା ବିଜେଡିର ଏବେ ନିରବତାକୁ ନେଇ ପ୍ରଶ୍ନ ଉଠିଲାଣି । ଏପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିକାଶ କଥା କହି ମମଲାକୁ ହଲୁକା କରିବାକୁ ପ୍ରୟାସ କରିଛନ୍ତି…

ବଢ଼ିଲା ତେଲ ଦର । ପ୍ରେଟୋଲ ଓ ଡି​‌ଜେଲ ଅଢ଼େଇ ଟଙ୍କା ବଢ଼ିଛି। କାଲି ବଜେଟ ଆଗତ ହେଉ ହେଉ ପେଟ୍ରୋଲ ପମ୍ପରେ ଆଜି ଦେଖିବାକୁ ତାର ଇଫେକ୍ଟ । ସାଧରଣ ଲୋକଙ୍କ ମୁହଁରେ ବାରି ହୋଇପଡିଥିଲା ତେଲ ଦର ବଢ଼ିବା ପରେ ସେମାନଙ୍କ ଉପରେ କେତେ ଚାପ । କାରଣ ତେଲ ବଢ଼ିଲେ ଅତ୍ୟାବଶ୍ୟକୀୟ ସମାଗ୍ରୀର ଦାମ ମଧ୍ୟ ବଢ଼ିବ । ଯାହାର ମାଡ ସିଧା ଚୂଲିୁଣ୍ଡରେ ବାଜିବ। ​

ନିର୍ବାଚନ ପରେପରେ ଏଭଳି ତୈଳ ଦର ବୃଦ୍ଧିକୁ ନେଇ ଲୋକେ ନାପସନ୍ଦ କରିଛନ୍ତି । କଂଗ୍ରେସ ତେଲ ଦର ବୃଦ୍ଧିକୁ ନେଇ ଅସନ୍ତୋଷ ତ ପ୍ରକାଶ କରିଛି । କିନ୍ତୁ ବିଜେଡିର ନୀରବତା ନେଇ ମଧ୍ୟ ପ୍ରଶ୍ନ କରିଛି । ଗତ ବର୍ଷ ଏମଏସପି ୨ଶହ ଟଙ୍କା ବୃଦ୍ଧି ହେବା ସତ୍ବେ ବିଜେଡି ରାଜରାସ୍ତାକୁ ଓହ୍ଲାଇ ନାରାବାଜି କରିଥିଲା । ହେଲେ ଏଥର ୬୫ ଟଙ୍କା ବୃଦ୍ଧି ହୋଇଛି କିନ୍ତୁ ବିଜେଡି କିଛି ପାଟି ଖୋଲିନି । ଆଉ ଏବେ ତେଲଦର ବୃଦ୍ଧିକୁ ନେଇ ବିଜେଡି କାହିଁକି ନୀରବ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ତେବେ ତେଲ ଦର ବୃଦ୍ଧିକୁ ନେଇ କଂଗ୍ରେସ ତୀବ୍ର ବିରୋଧ କରିବ ବୋଲି କହିଛି ।

ତେଲ ଦର ବୃଦ୍ଧିକୁ ନେଇ ଲୋକ ତାତିଲେଣି।  ହେଲେ ଓଡିଶା ଲୋକଙ୍କ ବଳ କହୁଥିବା ଦଳ କିନ୍ତୁ ଖାଲି ପ୍ରତିକ୍ରିୟା ପ୍ରକାଶ କରିଛି। ବିରୋଧର ସ୍ବର ଦେଖିବାକୁ ମିଳିନି । ତେଲ ବୃଦ୍ଧିରେ ଲୋ​‌କେ ଅସନ୍ତୋଷ ହେଲାବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କିନ୍ତୁ ଶାନ୍ତ୍ବନା ବାଣୀ ଶୁଣାଇଛନ୍ତି । ତେଲ ଦର ବଢ଼ିଲେ କିଛି ପ୍ରଭାବ ପଡିବନି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମୁଛି। ତେଣୁ ଏବେ ଅର୍ଥ ସଞ୍ଜୟ କରିବାର ବେଳ ଆସିଛି । ବିକାଶ ପାଇଁ ସମ୍ବଳ ଆବଶ୍ୟକତା ରହିଛି ବୋଲି କହିଛନ୍ତି ମନ୍ତ୍ରୀ ।

ତୈଳ ଦର ବୃଦ୍ଧି ଯୋଗୁଁ ଅତ୍ୟବଶ୍ୟକୀୟ ସାମଗ୍ରୀର ଦାମ ବଢ଼ିବ । ବିକାଶ ନାଁରେ ସେସ୍‌ ଲଗାଇ ସାଧାରଣ ଲୋକଙ୍କ ଉପରେ ଆର୍ଥିକ ବୋଝ ପକାଇବା କେତେ ଦୂର ଯର୍ଥାତ, ତାହା ବଡ ପ୍ରଶ୍ନ ।

   Related Posts