Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ସର୍ବଦଳୀୟ ବୈଠକ ପାଇଁ ବିଜେଡି ପ୍ରସ୍ତୁତ, ମୁଖ୍ୟମନ୍ତ୍ରୀଙ୍କ କାମକୁ ଦେଖି ଲୋକ ଭୋଟ ଦେବେ- ଦେବୀ ମିଶ୍ର

28/10/2021 at 12:49 PM

ଭୁବନେଶ୍ୱର ୨୮।୧୦: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏହାପୂର୍ବରୁ ରାଜ୍ୟ ନିର୍ବାଚନ କମିସନର ଡାକିଛନ୍ତି ସର୍ବଦଳୀୟ ବୈଠକ । ତେଣୁ ଆସନ୍ତା ୬ ତାରିଖରେ ହେବାକୁ ଥିବା ବୈଠକ ଲାଗି ବିଜେଡ଼ି ପୁରା ପ୍ରସ୍ତୁତ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ।

ସେ ଆହୁରୀ ମଧ୍ୟ କହିଥନ୍ତି ଯେ, ବୈଠକ ପାଇଁ ଆମ ଦଳ ପୁରା ପ୍ରସ୍ତୁତ । କିପରି ଅଧିକରୁ ଅଧିକ ଲୋକ ଭୋଟ ଗ୍ରହଣରେ ଭାଗ ନେବେ , ସେ ଉପରେ ଆମେ ଆଲୋଚନା କରିବୁ । ବୁଥ ବଦଳରେ ବ୍ଲକରେ ହେଉଥିବା ଗଣତି ପଦକ୍ଷେପ ସୁରକ୍ଷା ଦୃଷ୍ଟିରୁ ବହୁତ ଭଲ ପଦକ୍ଷେପ । ବୁଥରେ ଗଣତି ହେବା ଦ୍ୱାରା ଗଣ୍ଡଗୋଳ ହେଉଥିଲା । ସୁରକ୍ଷା ଯୋଗାଇ ହେଉନଥିଲା । ତେଣୁ ବ୍ଲକରେ ହେଉଥିବା ଗଣତି ହିଁ ଉପଯୁକ୍ତ ପନ୍ଥା । ସେହିପରି ଫଞ୍ଚାୟତ ନିର୍ବାଚନକୁ ନେଇ ବିରୋଧୀ ଦଳ ସବୁ ଭ୍ରମରେ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାମକୁ ଦେଖି ଲୋକେ ବିଜେଡିକୁ ଭୋଟ ଦେବେ । ଦଳ ସାଧାରଣ ଲୋକଙ୍କ ପାଇଁ ଅନେକ ଜନହିତକର କାମ କରିଛି ।

ସୂଚନାଯୋଗ୍ୟ ଯେ, ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଆୟୋଗ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଆସନ୍ତା ୬ ତାରିଖ ଦିନ ଏହି ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ଏଥି ପାଇଁ ସମସ୍ତ ରାଜନୈତିକ ଦଳକୁ ଚିଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ସଠିକ୍‌ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲାଗି ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳଗୁଡ଼ିକକୁ ସର୍ବଦଳୀୟ ବୈଠକ ଡାକି ବିଚାରବିମର୍ଷ କରିବାକୁ ସ୍ଥିର କରିଛନ୍ତି ।

   Related Posts