ଆସନ୍ତାକାଲିଠୁ ବିଜେଡିର ଘରେ ଘରେ ଶଙ୍ଖ ଅଭିଯାନ ; ଲୋକଙ୍କ ମତାମତ ନେବ ଦଳ

Published By : Prameya-News7 Bureau | March 04, 2019 IST

ଭୁବନେଶ୍ବର ୪|୩ : ନିର୍ବାଚନ ଇସ୍ତହାର ପ୍ରସ୍ତୁତ ପାଇଁ ବିଜେଡି ଲୋକଙ୍କ ମତାମତ ନେବ । ଆସନ୍ତାକାଲିଠୁ ବିଜେଡିର ଘରେ ଘରେ ଶଙ୍ଖ ଅଭିଯାନ । ଏହି ଅଭିଯାନ ମାଧ୍ୟମରେ ଲୋକଙ୍କ ମତାମତ ନେବ ଦଳ । ଏହି ମତାମତ ଆଧାରରେ ପ୍ରସ୍ତୁତ ହେବ ନିର୍ବାଚନୀ ଇସ୍ତାହାର । ଅଭିଯାନର ନାରା ରହିଛି ଘରେ ଘରେ ଶଂଖ, ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ । ଏହି ନାରା ଦେଇ ୮୬ ଲକ୍ଷ ଲୋକଙ୍କ ପାଖକୁ ଯିବ ବିଜେଡି । ଫର୍ମ ମାଧ୍ୟମରେ ୮୬ ଲକ୍ଷ ପରିବାରଙ୍କ ମତାମତ ନେବ ଦଳ । ସେହି ଆଧାରରରେ ଦଳ ନିର୍ବାଚନୀ ଇସ୍ତହାର ପ୍ରସ୍ତୁତ କରିବ । ବିଜେଡି ମୁଖପାତ୍ର ଅରୁଣ ସାହୁ ଏନେଇ ସୂଚନା ଦେଇଛନ୍ତି ।

ନିର୍ବାଚନ ଇସ୍ତହାର ପ୍ରସ୍ତୁତ ପାଇଁ ବିଜେଡି ଲୋକଙ୍କ ମତାମତ ନେବ । ପୂର୍ବରୁ କଂଗ୍ରେସ ଏଭଳି ନୀତି ଗ୍ରହଣ କରିଥିବା ବେଳେ ବିଜେଡି ମଧ୍ୟ ସେ ରାସ୍ତାରେ ଯିବ । ଏ ସଂକ୍ରାନ୍ତରେ ସୂଚନା ଦେବା ପାଇଁ ଆଜି ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରିବ । ଏହି ସାମ୍ବାଦିକ ସମ୍ମିଳନୀରେ ୨୦୧୪ ନିର୍ବାଚନ ବେଳେ ବିଜେଡି ଦେଇଥିବା ନିର୍ବାଚନୀ ଇସ୍ତହାର ଓ ବିଜେପି ଦେଇଥିବା ନିର୍ବାଚନ ଇସ୍ତହାର କେତେ କାର୍ଯ୍ୟକାରୀ ହୋଇଛି ତାର ତୁଳନାତ୍ମକ ଚିତ୍ର ଉପସ୍ଥାପନ କରାଯାଇଛି । ଦଳର ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.