ଚାନ୍ଦବାଲି ଅଞ୍ଚଳରେ ବିଜେଡିର ରୋଡ୍ ସୋ

Published By : Prameya-News7 Bureau | April 12, 2019 IST

ଚାନ୍ଦବାଲି ୧୨|୪: ଚାନ୍ଦବାଲି ଭାଟପଡ଼।ରେ ବିଜେଡ଼ି ପକ୍ଷରୁ ଏକ ବିଶାଳ ରୋଡ଼ ସୋ କରାଯାଇଛି । ଭୋଟରକୁ ମନାଇବା ପାଇଁ ବିଜେଡ଼ରି ଆଗଧାଡ଼ିରେ ନେତାଙ୍କ ସହ ବିଧାୟକ ବ୍ୟୋମକେଶ ରାଏ ଗଁ। ଗଁ। ବୁଲି ଜନ ସମର୍ଥନ ପାଇଁ ଏକ ରୋଡ଼ ସୋ କରିଥିଲେ । ମହିଳା ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ପାଇଁ ବିଶେଷକରି ମହିଳାଙ୍କ ଜନସମର୍ଥନ ମିଳିଥଲା । ଚାନ୍ଦବାଲି ନିର୍ବ।ଚନ ମଣ୍ଡଳୀରେ ଆଶାନୁରୂପକ ବିକାଶ ହୋଇଥିବାରୁ ଏଥର ବିପୁଳ ଭୋଟରେ ବିଜୁ ଜନତା ଦଳ ବିଜୟ ଲାଭ କରିବ ବୋଲି ବ୍ୟୋମକେଶ ରାଏ ପ୍ରକାଶ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.