ବୈଜୟନ୍ତ ପଣ୍ଡାଙ୍କ ଟିକସ ଫାଙ୍କି ପ୍ରସଙ୍ଗ : ବିଜେଡି କହିଲା ବେଆଇନ କାରବାରକୁ ଘଣ୍ଟ ଘୋଡାଇବାକୁ ରାଜନୀତିକୁ ଆସିଥିଲେ

Published By : Prameya-News7 Bureau | February 09, 2019 IST

ଭୁବନେଶ୍ବର ୯|୨: ଜାତୀୟ ଖବର କାଗଜରେ ପ୍ରକାଶିତ ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ଟିକସ ଫାଙ୍କି ଓ କଳା ଟଙ୍କା କାରବାର ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବୈଜୟନ୍ତ ପଣ୍ଡାଙ୍କ ସମ୍ପର୍କରେ ବିଜେଡି ଯାହା କହିଥିଲା ତାହା ସତ୍ୟ ପ୍ରମାଣିତ ହୋଇଛି ।

ବୈଜୟନ୍ତ ପଣ୍ଡା ନିଜର ବ୍ୟବସାୟିକ ସ୍ଵାର୍ଥ ପାଇଁ, ବେଆଇନ କାରବାରକୁ ଘଣ୍ଟା ଘୋଡାଇବାକୁ ରାଜନୀତିକୁ ଆସିଥିଲେ । ୨୦୧୪ରେ ସଂସଦର ଫାଇନାନ୍ସ ଷ୍ଟାଣ୍ଡିଂ କମିଟିର ଚେୟାରମ୍ୟାନ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କହିଥିଲେ । ଦଳର ସଭାପତି ତାଙ୍କୁ ମନା କରିଦେବାରୁ ସେ କ୍ଷୁବ୍ଧ ହୋଇ ଦଳ ବିରୋଧୀ କାର୍ଯ୍ୟ ଆରମ୍ଭ କରିଥିଲେ । କେନ୍ଦ୍ରରେ ବର୍ତ୍ତମାନ ଏନଡିଏ ସରକାର ରହିଛି । ସେମାନେ ବାରମ୍ବାର କହୁଛନ୍ତି କଳା ଟଙ୍କା କାରବାରକୁ ଆମେ ପ୍ରଶୟ ଦେବୁ ନାହିଁ । ଏବେ ସମୟ ଆସିଛି ଏହାକୁ କଥାରେ ନୁହେଁ କାମରେ କରି ଦେଖାନ୍ତୁ ବୋଲି କହିଛି ବିଜେଡି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.