Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ବିଜେଡି ଦେଲା ଗ୍ରୀନ୍ ସିଗ୍‌ନାଲ ; ବିଜେଡିରେ ଯୋଗଦେଇପାରନ୍ତି ଦିଲ୍ଲୀପ ଓ ବିଜୟ

30/11/2018 at 1:23 PM

ଭୁବନେଶ୍ବର ୩୦|୧୧: ବିଜେପିରୁ ବିଜୟ ଓ ଦିଲ୍ଲୀପଙ୍କ ଇସ୍ତଫା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଜେନା । ପ୍ରତାପ କହିଛନ୍ତି ଯେ, ବିଜେପି ଏକ ଜୁମଲା ତଥା ଖାଲି କଥାକୁହା ଦଳ । ସେଥିପାଇଁ ବିଜେପି ଦଳରୁ ଇସ୍ତଫାର ସୁଅ ଛୁଟି ଚାଲିଛି । ଅପରପକ୍ଷରେ ବିଜେଡି ରାଜ୍ୟବାସୀଙ୍କୁ ସ୍ଥିର ସରକାର ଦେଇଛି । ବିଜେଡି କାମରେ ବିଶ୍ବାସ କରୁଥିବା ଦଳ ।

ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କୁ ବିଜେଡି ସ୍ବାଗତ କରିବ କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ପ୍ରତାପ କହିଥିଲେ ଯେ, ବିଜେଡିର ଦ୍ବାର ସବୁବେଳେ ସମସ୍ତଙ୍କ ପାଇଁ ଖୋଲା ଅଛି । ତେବେ ଏ ପ୍ରସଙ୍ଗରେ ଦଳର ସଭାପତି ଚୂଡାନ୍ତ ନିଷ୍ପତ୍ତି ନେବେ ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ବିଜେପି ଛାଡିବେ ଏବଂ ବିଜେଡିରେ ଯୋଗଦେବେ ବୋଲି ବେଶ୍ କିଛି ଦିନ ହେଲା ଚର୍ଚ୍ଚା ଚାଲିଥିଲା । ହେଲେ ଏବେ ଏ ଦୁଇ ନେତା ବିଜେପି ଛାଡିସାରିବା ପରେ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ କରିନାହାନ୍ତି । ଦଳରୁ ଏବଂ ବିଧାୟକ ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀପ ରାୟ ବିଦେଶ ଗସ୍ତରେ ଚାଲିଯାଇଛନ୍ତି । ସେ ମାସେ ପରେ ଫେରିବେ । ତାପରେ ଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ଘୋଷଣା କରାଯିବବୋଲି ବିଜୟ ମହାପାତ୍ର ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି । ତେବେ ତଥ୍ୟାଭିଜ୍ଞ ମହଲରୁ ପ୍ରକାଶ ଯେ, ଦୁଇ ନେତା ବିଜେଡିରେ ଯୋଗଦେବା ସ୍ଥିର ହେବା ପରେ ହିଁ ବିଜେପି ଛାଡିଛନ୍ତି । ଦିଲ୍ଲୀପ ରାୟ ବିଦେଶରୁ ଫେରିବା ପରେ ଆନୁଷ୍ଠାନିକ ଘୋଷଣା ହେବ ।

ମାସେ ତଳେ ବିଜେଡିର ମୁଖ୍ୟ ମୁଖପାତ୍ର ପ୍ରତାପ ଦେବ କହିଥିଲେ ଯେ, ନଭେମ୍ବର ଓ ଡିସେମ୍ବର ମାସରେ ଦଳକୁ ବହୁ ପୁରୁଣା ନେତା ଫେରିବେ । ଏକଥାକୁ ଯଦି ବିଶ୍ବାସକୁ ନିଆଯାଏ ତାହାଲେ ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ କେବଳ ନୁହଁନ୍ତି ପଞ୍ଚାନନ କାନୁନଗୋ, ପ୍ରଫୁଲ୍ଲ ଘଡାଇ, ରାମକୃଷ୍ଣ ପଟ୍ଟନାୟକ ଆଦି ବହୁ ନେତା ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ଆଲୋଚନା ହେଉଛି ।

   Related Posts