ମୋଦିଙ୍କ ନିର୍ବାଚନୀ ଭାଷଣ ଉପରେ ତୀବ୍ର ପ୍ରତିକ୍ରୟା ପ୍ରକାଶ କଲା ବିଜେଡ଼ି

Published By : Prameya-News7 Bureau | March 29, 2019 IST

ଭୁବନେଶ୍ବର ୨୯/୩- ଜି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ପ୍ରଚାର ଭାଷଣ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜୁ ଜନତା ଦଳ । ଦଳର ମୁଖପାତ୍ର ଡ. ସସ୍ମିତ୍ ପାତ୍ର ଶାଣିତ ସ୍ୱରରେ ମୋଦିଙ୍କୁ ଜବାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଏଭଳି ଗୋଟିଏ ଦିନରେ ପ୍ରଚାର ପାଇଁ ଓଡ଼ିଶା ଆସିଥିଲେ, ଯେଉଁଦିନ ଜଣେ ପ୍ରାର୍ଥୀ ବିଜେପି ଛାଡ଼ି ବିଜେଡ଼ିରେ ଯୋଗଦେଇଛନ୍ତି । ଏହା ସ୍ପଷ୍ଟ ବୁଝାଉଛି ଯେ ରାଜ୍ୟରେ ବିଜେପି ଅ ତି ଦ୍ରୁତଗତିରେ ଭାଙ୍ଗିରୁଜି ଯାଉଛି । ବିଜେଡ଼ି ସହ ବିଜେପି ୯ ବର୍ଷ କାଳ ମେଣ୍ଟ ଶାସନରେ ଥିଲା । ବିଗତ ୫ ବର୍ଷ ବିଜେପି କେନ୍ଦ୍ରରେ ଶାସନ କରୁଛି । ଏହିଭଳି ୧୯ ବର୍ଷ ଭିତରେ ବିଜେପି ୧ ୪ ବର୍ଷ କାଳ ଶାସନ କ୍ଷମତାରେ ରହିଛି । ଏହି ସମୟରେ ଓଡ଼ିଶା ପାଇଁ ବିଜେପି କ’ଣ କରିଛି ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ଜଣାନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।

ଡ. ପାତ୍ର କହିଛନ୍ତି, ବିଗତ ୫ ବର୍ଷେ ର ବିଜେପି ଅନେକ ପ୍ରତିଶ୍ରୁତି ଦେଇ ପାଳନ କରିନାହିଁ । କୋଷ୍ଟାଲ୍ ହାଇୱେ ନିର୍ମାଣ କାହିଁକି ହୋଇପାରିନାହିଁ ଓଡ଼ିଶାବାସୀ ପ୍ରଧାନମନ୍ତ୍ରୀଙ୍କଠାରୁ ଶୁଣିବାକୁ ଚାହୁଁଥିଲେ । ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଏବଂ ଇସ୍ପା ତ ମେଡ଼ିକାଲ୍ କଲେଜର ପ୍ରତିଶ୍ରୁତି କାହିଁକି ପାଳନ ହୋଇନାହିଁ ପ୍ରଧାନମନ୍ତ୍ରୀଙ୍କଠାରୁ ଶୁଣିବାକୁ ଚାହୁଁଥିଲେ । ବିଜେପିର ନିର୍ବାଚନୀ ଇସ୍ତାହାରରେ ଥିବା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରତିଶ୍ରୁତି କାହିଁକି ପୂରଣ ହେଲାନି ପ୍ରଧାନମନ୍ତ୍ରୀଙ୍କଠାରୁ ଶୁଣିବାକୁ ଚାହୁଁଥିଲେ । ବିଜେପିର ଏ ହିସବୁ ପ୍ରତିଶ୍ରୁତି ପାଳନ ହୋଇନି ବୋଲି ପ୍ରଧାନମନ୍ତ୍ରୀ ନ କହିଲେ ନାଇଁ, କେବେ ହେବ ତାହା ବି ଜଣାଇଲେନି ।

ଓଡ଼ିଶାର ବିକାଶ ପାଇଁ ବିଜେପି ଧ୍ୟାନ ଦେବା ପରିବର୍ତ୍ତେ ଆଖି ବୁଜି ଦେଇଥିବା ପ୍ରଧାନମନ୍ତ୍ରୀ ଭୁଲିଯିବା ଉଚିତ ନୁହେଁ ବୋଲି ଡ. ପାତ୍ର କହିଛନ୍ତି । ଦୁର୍ଭାଗ୍ୟର କଥା, ମହାନଦୀ ଓ ପୋଲାଭରମ୍ ପ୍ରସଙ୍ଗରେ କେନ୍ଦ୍ର ସରକାର ଓଡ଼ିଶାକୁ ସମର୍ଥନ କରିନାହାନ୍ତି । ୩୩ଟି ଯୋଜନାରେ ଅର୍ଥକାଟ କରାଯାଇଛି । ବିଆରଜି ଏଫ, ଆଇଏପି ଏବଂ କେବିକେ ଭଳି ୮ଟି ଯୋଜନାକୁ ବନ୍ଦ କରି ଦିଆଯାଇଛି । ଓଡ଼ିଶାବାସୀ ବିଜେପିକୁ ସେଥିପାଇଁ କ୍ଷମା ଦେବେ ନାହିଁ । ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କଥା ପ୍ରଧାନମନ୍ତ୍ରୀ ଯାହା କହୁଛନ୍ତି ତାହା କେତେ ସଫଳ ତାହା ତାଙ୍କ ଦଳ ଦ୍ୱାରା ଶାସିତ ରାଜ୍ୟମାନଙ୍କଠାରୁ ବୁଝିନେବା ଉଚିତ । ବିଜେପି ଶାସିତ ରାଜ୍ୟମାନଙ୍କରେ ଆୟୁଷ୍ମାନ ଯୋଜନା ସମ୍ପୂର୍ଣ୍ଣ ଫେଲ୍ ହୋଇଛି । ବରଂ ଓଡ଼ିଶାରେ ରାଜ୍ୟ ସରକାରଙ୍କ ନିଜସ୍ୱ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଯେଉଁଥିରେ ମହିଳାମାନଙ୍କୁ ୭ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ମିଳୁଛି ତାହା ଆର୍ନ୍ତଜାତୀୟସ୍ତରରେ ଆଦୃତ ଲାଭ କରିଛି । ‘କାଳିଆ’ ଯୋଜନାକୁ ଦେଶ ବିେ ଦଶର ବିଶିଷ୍ଟ ଅର୍ଥନୀତିଜ୍ଞ ଓ କୃଷି ବିଶାରଦମାନେ ଉଚ୍ଚ ପ୍ରଶଂସା କରି ରୋଲ୍ ମଡ଼େଲ ଭାବେ ଗ୍ରହଣ କରିଛନ୍ତି । ଦୁର୍ଭାଗ୍ୟର କଥା ବିଜେପି ଚାପରେ ଏହି ଯୋଜନା ଏବେ ବନ୍ଦ ରହିବା ଯୋଗୁଁ ୨୦ ଲକ୍ଷ ଚାଷୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଡ. ପାତ୍ର କହିଛନ୍ତି, ବିଜେପି ପାର୍ଟିରେ ବିଶ୍ୱାସ କରେ, ମାଟିରେ ନୁହେଁ । ମାତ୍ର ବିଜୁ ଜନତା ଦଳ ମାଟିରେ ବିଶ୍ୱାସ କରେ, ପାର୍ଟିରେ ନୁହେଁ । ଓଡ଼ିଶାବାସୀ ଏହା ବୁଝିସାରିଛନ୍ତି । ଆଗାମୀ ନିର୍ବାଚନରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୃଢ଼ ଓ ବଳିଷ୍ଠ ନେତୃତ୍ୱ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରି ରେକର୍ଡ ପଞ୍ଚମ ଥର ପାଇଁ ନିର୍ବାଚିତ କରିବେ ଏବଂ ୨୧ ଟି ଲୋକସଭା ଆସନରେ ବିଜେଡ଼ିକୁ ଆଶୀର୍ବାଦ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.