ବାଙ୍କୀରେ ବିଜେଡ଼ି ପଦଯାତ୍ରା

Published By : Prameya-News7 Bureau | November 15, 2018 IST

କଟକ ୧୫/୧୧: ଆଗାମି ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବାଙ୍କୀରେ ରାଜନୈତିକ ଉଷ୍ମତା ସେତିକି ବଢିବାରେ ଲାଗିଛି ।ଯାହାକି ବିଜେଡିର ପଦଯାତ୍ରା ବାଙ୍କୀ ବ୍ରହ୍ମେଇଠାକୁରାଣୀଙ୍କ ପୀଠଠାରୁ ବାହାରି କଚେରୀପଡିଆଠାରେ ପଂହଚିଥିଲା ହଜାରହଜାର ବିଜେଡି କର୍ମିସମର୍ଥକଙ୍କ ଗ୍ରହଣରେ । ଆଜିହେଉଛି ଏହିପଦଯାତ୍ରାର ଶେଷଦିନ ।ଏନେଇ ଏକ ସାଧାରଣ ସଭାର ଆୟୋଜନକରାଯାଇଥିଲା ବିଜେଡିପକ୍ଷରୁ ବାଙ୍କୀ କଚେରୀପଡିଆଠାରେ । ଏହି ସଭାରେ ବାଙ୍କୀ ବିଧାୟକ ପ୍ରଭାତ ତ୍ରୀପାଠୀଙ୍କ ସହ ବିଜେଡିର ପୂର୍ବତନ ମନ୍ତ୍ରୀ ସଂଜୟଦାଶ ବର୍ମା ପ୍ରମୁଖ ଯୋଗଦେବା ସହିତ ବହୁକର୍ମି ଯୋଗଦେଇଥିଲେ ।ରାଜ୍ୟ ସରକାରଙ୍କର ଜନହିତକର ଯୋଜନା ବିଷୟରେ ଲୋକଙ୍କୁ କହିବା ସହିତ ସଠିକ ରୂପରେ ସାଧାରଣ ଲୋକଙ୍କପାଖରେ ପଂହଚିପାରୁଛି ନା ନାହିଁ ସେ ବିଷୟରେ ଆଲୋଚନା ହେବା ସହ ଆଗାମି ନିର୍ବାଚନରେ ପୂଣି ମୁଖ୍ୟମନ୍ତ୍ରୀଭାବେ ନବୀନ ପଟ୍ଟନାୟକଙ୍କୁ ଦେଖିବାପାଇଁ ଏଭଳି ପ୍ରୟାସ କରାଯାଇଛି । ଏହି ମଂଚରେ ଉଭୟ ନେତା କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପ ଉପରେ ବର୍ଷିଥିଲେ ।ଏଥିସହ ଏହି ସଭାରେ ବିଭିନ୍ନ ପଂଚାୟତରୁ ଶତାଧିକ ଲୋକେ ଆସି ବିଜେଡିରେ ମିଶିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.