‘ଅତିଶୀଘ୍ର ୧୦୪ରେ ଫୋନ କରି ଜଣାନ୍ତୁ, କରୋନା ମୁକାବିଲାରେ ସହଯୋଗ କରନ୍ତୁ’, ତବଲୀଗୀ ଜମାତ ଫେରନ୍ତାଙ୍କୁ ମୁନା ଖାଁଙ୍କ ଅନୁରୋଧ

Published By : Prameya-News7 Bureau | April 04, 2020 IST

ଭୁବନେଶ୍ୱର, ୦୪|୦୪ ସାରା ଦେଶରେ କରୋନା ଭାଇରସ ଆତଙ୍କ ସୃଷ୍ଟି କରିଛି । ଦିଲ୍ଲୀର ତବଲୀଗୀ ଜମାତରୁ ଫେରିଥିବା ସଦସ୍ୟଙ୍କ ମଧ୍ୟରୁ ୬୦୦ରୁ ଅଧିକ କରୋନାରେ ସଂକ୍ରମିତ ହୋଇଛନ୍ତି । ଯାହା ଉଭୟ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତା ବଢାଇଛି । ଏପରି କ୍ଷେତ୍ରରେ ଓଡିଶାରେ ମଧ୍ୟ ତବଲୀଗୀ ଜମାତରୁ ଫେରିବା ପରେ କିଛି ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି । ତେବେ ଅନ୍ୟ କେତେକ ସଠାରୁ ଫେରି ସରକାରଙ୍କୁ ସୂଚନା ଦେଉ ନାହାଁନ୍ତି । ଏପରି ନକରିବା ପାଇଁ ଅନୁରୋଧ କରିଛନ୍ତି ବିଜେଡି ନେତା ମୁନା ଖାଁ ।

ସେ କହିଛନ୍ତି ଯେ, ଯେଉଁମାନେ ଦିଲ୍ଲୀର ତବଲୀଗୀ ଜମାତକୁ ଯାଇଥିଲେ ଓ ଓଡିଶା ଫେରିବା ପରେ  ଏନେଇ ସୂଚନା ଦେଇନାହାଁନ୍ତି ସେମାନେ ଅନେଇ ସରକାରଙ୍କୁ ଜଣାନ୍ତୁ । ଏହି ସମୟରେ ଆପଣମାନଙ୍କ ସହଯୋଗ ଜରୁରୀ । ଏତେ ବଡ ମହାମାରୀ ସହ ଲଢିବା ପାଇଁ ସୂଚନା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଜମାତ ଫେରନ୍ତାଙ୍କୁ ଅନୁରୋଧ କରିଛନ୍ତି । ସମସ୍ତେ ମିଶି କରେନା ସହ ଲଢିବା ବୋଲି ସେ କହିଛନ୍ତି ।

wp:core-embed/youtube {"url":"https://www.youtube.com/watch?v=7E-7Vlzy3v8\u0026feature=youtu.be","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=7E-7Vlzy3v8&feature=youtu.be
/wp:core-embed/youtube

ସେ ଆହୁରି କହିଛନ୍ତି ଯେ, ଏହି ମହାମାରୀ କେବଳ ଓଡିଶା କିମ୍ବା ଭାରତ ପାଇଁ ନୁହେଁ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ଆମେ ଘରେ ନିଜ ସମ୍ପର୍କୀୟଙ୍କ କଥା ମଧ୍ୟ ଚିନ୍ତା କରିବାକୁ ହେବ । ୧୦୪କୁ ଫୋନ କରି ଆପଣ ଯଦି ବାହାରକୁ ଯାଇଛନ୍ତି ତେବେ ସୂଚନା ଦିଅନ୍ତୁ । ସରକାର ଜାଣିଲେ ହିଁ ଏହାର ନିରାକରଣ କରିପାରିବେ । ଏହାର ଚିକିତ୍ସା ପାଇଁ ରାଜ୍ୟ ସରକାର ସମସ୍ତ ଚିକିତ୍ସା ଖର୍ଚ୍ଚ ଯୋଗାଇଦେବେ । ଏହାସହ ସରକାର, ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ ମୁନା ଖାଁ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.