Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ରାଜ୍ୟସଭାକୁ ବିଜେଡି କାହାକୁ ପଠାଇବ ? ଏହାକୁ ନେଇ ଚର୍ଚ୍ଚା

22/02/2020 at 9:46 PM

ଭୁବନେଶ୍ୱର ୨୨।୦୨ -ଜିଲ୍ଲା ସିଭାପତି ପରେ ରଜ୍ୟସଭା ସିଟକୁ ନେଇ ବିଜେଡିରେ ଚର୍ଚ୍ଚା। ରାଜ୍ୟସଭା କିଏ ଯିବ କାହାକୁ ନବୀନ ପଠାଇବେ। ତକୁ ନେଇ ସସପେନସ ଜାରି ରହିଛି। ୪ଟି ସିଟ୍‌ ପାଇଁ ଏଥର ଆଶାୟୀ ପ୍ରବଳ। ସାଧରଣ ନିର୍ବାଚନ ବେଳେ ଟିକେଟରୁ ବଞ୍ଚିତ କିଛି ନେତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ନବୀନ ପ୍ରତିଶ୍ରୁତି ଦେଇଥିଲେ । ଏପଟେ ନିର୍ବାଚନରେ ହାରିଥିବା କିଛି ନେତା ଯେଉଁମାନେ ସଙ୍ଗଠନ ସମ୍ଭାଳିବେ ସେମାନେ ମଧ୍ୟ ରାଜ୍ୟସଭା ପାଇଁ ଲବି ଚଳାଇଛନ୍ତି ।

ରାଜ୍ୟସଭାକୁ ବିଜେଡି କାହାକୁ ପଠାଇବ  ? କାହା ଉପରେ ନବୀନଙ୍କ କୃପା ଦୃଷ୍ଟି ପଡିବ ? ଜିଲ୍ଲାସଭାପତି ଚୟନ ପରେ ଏବେ ରାଜ୍ୟସଭା ସିଟ୍‌କୁ ନେଇ ଲାଗିଛି ଏପରି ଚର୍ଚ୍ଚା।  ଏପ୍ରିଲ ମାସ​‌ରେ ଖାଲି ହେଉଛି ରାଜ୍ୟସଭାର ୪ସିଟ। ଅଙ୍କ କହୁଛି ୪ଟି ଯାକ ରାଜ୍ୟସଭା ସିଟ ହାତେଇବରେ ସକ୍ଷମ ବିଜେଡି। ନିର୍ବାଚନ ବେଳେ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପ୍ରସନ୍ନ ପଟ୍ଟଶାଣୀଙ୍କୁ ରାଜ୍ୟସଭା ପଠାଇବା ପାଇଁ କୁଆଡେ ନବୀନ ପ୍ରତିଶ୍ରୁତି ଦେଇଥିବା ଶୁଣିବାକୁ ମିଳିଥିଲା । କିନ୍ତୁ ଏବେ ଗଞ୍ଜାମ ଜିଲ୍ଲା ସଭାପତି ଦାୟିତ୍ବ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ କାନ୍ଧରେ । ହେଲେ ବି ସେ ରାଜ୍ୟସଭା ଆଶା ଛାଡିନାହାନ୍ତି । ଏପଟେ ବାଲିଙ୍ଗିର ଜିଲ୍ଲା ରାଜନୀତିରୁ ରାଜ ପରିବାରକୁ ଆଉଟ କରିଛନ୍ତି ନବୀନ । ତେଣୁ  ଅନଙ୍ଗ ଉଦୟ ସିଂହ ଦେଓ ଏବଂ  କଳିକେଶ ସିଂହ ଦେଓଙ୍କ ମଧ୍ୟରୁ କାହାକୁ ବି ନବୀନ ଥଇଥାନ କରିପାରନ୍ତି। ଆଉ ଏବେ ବି ପ୍ରସନ୍ନ ପାଟ୍ଟଶାଣୀ  ରାଜ୍ୟସଭା ଯିବା ପାଇଁ ଆଶା ରଖିଛନ୍ତି।

ରାଜ୍ୟସଭା ନିର୍ବାଚନ ଯେତିକି ପାଖେଇ ଆସୁଛି। ବିଜେଡି ନେତାଙ୍କ ଭିତରେ ସେତିକି ଛକାପଞ୍ଚା ବଢ଼ିବାରେ ଲାଗିଛି। ପାର୍ଟି ଭିତରେ ରାଜ୍ୟସଭା ପାଇଁ ଲବି ମଧ୍ୟ ଜୋର ହେଲାଣି। ପ୍ରତିଦିନ ନୂଆ ନୂଆ ଚେହେରା ସମ୍ନାକୁ ଆସୁଛି। ସଞ୍ଜୟ ଦାସର୍ବମା, ପୁଷ୍ପେନ୍ଦ୍ର ସିଂହ ଦେଓ, ହିନ୍ଦି ଫିଲ୍ମରେ କାମ କରିଥିବା ଜଣେ ଓଡିଆ ଅଭିନେତ୍ରୀଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି। ଏପରିକି ଦିଲ୍ଲୀପ ରାୟଙ୍କ ନାଁ ମଧ୍ୟ ଚର୍ଚ୍ଚା ପରିସରକୁ ଆସିଛି । ସେପଟେ ଦୀର୍ଘ ଦିନ ଧରି ପାଓ୍ବାର କରିଡର  ବାହାରେ ଥିବା ପ୍ରଫୁଲ୍ଲ ଘଡେଇ ମଧ୍ୟ ଲବିରେ ଅଛନ୍ତି। କିନ୍ତୁ ପ୍ରଫୁଲ୍ଲ ଘଡେଇ ସଫେଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାହା ଫଇନାଲ୍‌ ।

ବିଧାନ ସଭା ଟିକେଟ ହେଉ କି ରାଜ୍ୟସଭା , ସବୁଥିରେ ନବୀନ ସସପେନ୍ସ ରଖିଥାନ୍ତି । କାହା ମୁଣ୍ଡରେ ହାତୀ କଳସ ଢ଼ାଳିବ ଶେଷ ଦିନ ପର୍ଯ୍ୟନ୍ତ ବି କେହି ଜାଣି ନଥାନ୍ତି । ହେଲେ ବି ଏଥର ନବୀନ ରାଜସଭାରେ କାହାକୁ ଥଇଥାନ କରିବେ ତାହା ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ନିଶ୍ଚିତ।

   Related Posts