କୃଷକଙ୍କୁ ନେଇ ରାଜନୀତି ; ଆଜି ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି, ରାଷ୍ଟ୍ରପତିଙ୍କୁ ଭେଟିବେ ନବୀନ

Published By : Prameya-News7 Bureau | January 08, 2019 IST

ନୂଆଦିଲ୍ଲୀ ୮|୧: ଦିଲ୍ଲୀରେ  ବିଜେଡି ଟିମ୍ ।  ଚାଷ ଓ ଚାଷୀ ପ୍ରସଙ୍ଗରେ ଆଜି ଦିଲ୍ଲୀରେ ଧାରଣା ଦେବ ବିଜେଡି।  ଧାନର ସହାୟକ ମୂଲ୍ୟ  ୨୯୦୦ ଟଙ୍କାକୁ ବୃଦ୍ଧି ଦାବିରେ ଆଜି ସଂସଦ ଭବନ ଆଗରେ ବିକ୍ଷୋଭ ପ୍ରତିବାଦ କରିବ, ରାଷ୍ଟ୍ରପତିଙ୍କୁ ଭେଟି  ସ୍ମାରକ ପତ୍ର  ଦେବ ଦଳ । ପ୍ରତିବାଦର ନେତୃତ୍ବ ନେବାକୁ  ନିଜେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଦିଲ୍ଲୀରେ ପହଁଛିନ୍ତି ସାରିଛନ୍ତି । ୨୦୧୪ ନିର୍ବାଚନ ବେଳେ ବିଜେପି ନିଜ ମେନିଫେଷ୍ଟୋରେ ଏମଏସପି ବୃଦ୍ଧି ନେଇ ପ୍ରତିଶ୍ରୁତି ଦେଇଥିଲା, ତାହା ପୁରଣ ହେଲାନି । ୨୯ଶହ ଟଙ୍କା ଏମଏସପି କରିବା ପାଇଁ ଓଡ଼ିଶାର ପ୍ରସ୍ତାବକୁ କେନ୍ଦ୍ର ଗ୍ରହଣ କରୁନଥିବାରୁ  ଏହାର ପ୍ରତିବାଦ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ଧାରଣା ଦେବା ପାଇଁ ଗତ ୫ ତାରିଖରୁ  ଏକ ସ୍ବତନ୍ତ୍ର ଟ୍ରେନରେ ବିଜେଡ଼ି ନେତା ଓ କର୍ମୀ  ଦିଲ୍ଲୀ ଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.