Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି ; ଜାନୁଆରୀ ୮ରେ ସଂସଦ ଘେରିବ ବିଜେଡି

17/12/2018 at 1:46 PM

ଭୁବନେଶ୍ବର ୧୭|୧୨:ଚାଷୀ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବ ବିଜେଡ଼ି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ନେଇ ଆସନ୍ତା ୮ ତାରିଖରେ ଦିଲ୍ଲୀରେ ଗର୍ଜିବ ବିଜେଡ଼ି । ବିଜେଡ଼ିର ସମସ୍ତ ସାଂସଦ, କୃଷକ ପ୍ରତିନିଧି ଏବଂ ଓଡ଼ିଶାର ବିଭିନ୍ନ ଛାମୁଆ ସଂଗଠନ ସଂସଦ ସମ୍ମୁଖରେ ବିକ୍ଷୋଭ କରିବେ । ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିଜୁ କୃଷକ ଜନତା ଦଳର ମହାସଚିବ ପ୍ରତାପ ଜେନା । ଚାଷୀର ପ୍ରାପ୍ୟ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହି ଲଢ଼ିବାକୁ ବିଜେଡ଼ି ନିଷ୍ପତି ହୋଇଛି । କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିବ ବିଜେଡ଼ି ବୋଲି ବିଜୁ କୃଷକ ଜନତା ଦଳର ସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ଏନେଇ ଆସନ୍ତା ୬ ତାରିଖରେ ବିଜେଡ଼ି ଦେଇଛି ଦିଲ୍ଲୀ ଚଲୋ ଡ଼ାକରା । ନିକଟରେ ୫ ରାଜ୍ୟର ବିଧାନସଭା ନିର୍ବାଚନରେ ୩ଟି ରାଜ୍ୟ ବିଜେପ ହାତରୁ ଖସି ଯାଇଛି । ଏହାର ମୂଳ କାରଣ ଚାଷୀ ପ୍ରସଙ୍ଗ ବୋଲି କୁହାଯାଉଛି । ତେଣୁ ଚାଷୀ ସମସ୍ୟାକୁ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡ଼ି ପ୍ରମୂଖ ଅସ୍ତ୍ର କରିବାକୁ ଅଣ୍ଟା ଭିଡିଛି । କିଛି ଦିନ ତଳେ ଏମଏସପି ନେଇ ରାଜଭବନ ସମ୍ମୁଖରେ ବିକ୍ଷୋଭ କରିଥିଲା ବିଜେଡ଼ି । ଆଉ ଏବେ ଦିଲ୍ଲୀ ଯାଇ ଦାବି ରଖିବାକୁ ବିଜେଡ଼ି ପ୍ରସ୍ତୁତ କରିଛି ରଣନୀତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବା ଏବଂ ସ୍ବାମୀନାଥନ କମିଶନଙ୍କ ସୁପାରିଶ ଲାଗୁ କରିବାକୁ ଦଳ ଦାବି କରିଛି ।

ବିଜେଡିର ଦିଲ୍ଲୀ ଚଲୋ ଅଭିଯାନ ନେଇ ବିଜେପିର ଉପସଭାପତି ସମୀର ମହାନ୍ତି କହିଛନ୍ତି, ମିଛୁଆ ରାଧୁଆ ଗପ କହୁଛନ୍ତି ରାଜ୍ୟ ସରକାର। ସୋହେଲା ସମାବେଶରେ ଚାଷୀଙ୍କ ପାଇଁ ଯେଉଁ ବୋନସ ଘୋଷଣା କରିଥିଲେ ତାହା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ।  ଚାଷୀଙ୍କ ପାଇଁ ଧାର୍ଯ୍ୟ ଏମ୍ଏସ୍‌ପି ୧୭୫୦ ଟଙ୍କା ଚାଷୀ ପାଉଛନ୍ତି କି ବୋଲି ପଚାରିଛି ବିଜେପି ।

   Related Posts