Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଦର ବୃଦ୍ଧି ଖାଉଟିଙ୍କ ଉପରେ ପକାଇଛି ପ୍ରଭାବ, ବିଜୁ ମହିଳା ଜନତା ଦଳର ବଡ଼ଚଣା ବ୍ଲକ୍ ଆଗରେ ଧାରଣା ଓ ପ୍ରତିବାଦ ସଭା

1/11/2021 at 5:14 PM

ଚଣ୍ଡିଖୋଲ ୧।୧୧: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦ । ବିଭିନ୍ନ ବ୍ଲକ୍ ସ୍ତରରେ ବିଜୁ ମହିଳା ଜନତା ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରାଯାଉଛି ।  ଯାଜପୁର ଜିଲ୍ଲା ବଡ଼ଚଣା ବିଜୁ ମହିଳା ଜନତା ଦଳ ପକ୍ଷରୁ ବଡ଼ଚଣା ବ୍ଲକ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ବଡ଼ଚଣା ଛକରୁ ଶତାଧିକ ମହିଳା ପଦଯାତ୍ରାରେ ଆସି ବଡ଼ଚଣା ବ୍ଲକ ସମ୍ମୁଖରେ ପହଞ୍ଚିଥିଲେ । ଅହେତୁକ ପେଟ୍ରୋଲ,  ଡିଜେଲ ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ଯୋଗୁଁ ଖାଉଟିଙ୍କ ଉପରେ ବେଶ ପ୍ରଭାବ ପଡିଛି । ଗ୍ୟାସ୍ ଦର ବୃଦ୍ଧି ହେତୁ ଏହା ହାଣ୍ଡିଶାଳରେ ପ୍ରଭାବ ପକାଇଛି ।

କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ସମ୍ପୂର୍ଣ୍ଣଭାବେ ବିଫଳ ହୋଇଛି, ଯାହାକୁ ନେଇ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଦରଦାମ ବୃଦ୍ଧି ମହିଳାଙ୍କ ଉପରେ ବେଶ ପ୍ରଭାବ ପକାଇଛି । ଯାହାକୁ ନେଇ ବଡ଼ଚଣା ମହିଳା ବିଜେଡି ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି କରାଯାଇଛି । ମହିଳାଙ୍କ ଏହି ପ୍ରତିବାଦ ସଭାରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ସାମିଲ ହୋଇ ମହିଳାଙ୍କ ସ୍ବରରେ ସ୍ବର ମିଳାଇଥିଲେ । ବଡ଼ଚଣା ବ୍ଲକ ମହିଳା ବିଜେଡି ସଭାପତି ସରସ୍ବତୀ ବେହେରାଙ୍କ ସଭପତିତ୍ବରେ ଶତାଧିକ ମହିଳା ଏହି ପ୍ରତିବାଦ ସଭାରେ ସାମିଲ ହୋଇଥିଲେ ।

   Related Posts