Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ଚାଷୀଙ୍କ ପାଇଁ ଦିଲ୍ଲୀରେ ଗର୍ଜିଲା ବିଜେଡି ଟିମ୍ ; ସଂସଦ ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ

8/01/2019 at 12:20 PM

ନୂଆଦିଲ୍ଲୀ ୮|୧: ଦିଲ୍ଲୀରେ ବିଜେଡି ଟିମ୍ । ଚାଷ ଓ ଚାଷୀ ପ୍ରସଙ୍ଗରେ ଦିଲ୍ଲୀରେ ଧାରଣା ଦେଇଛି ବିଜେଡି।  ଧାନର ସହାୟକ ମୂଲ୍ୟ  ୨୯୦୦ ଟଙ୍କାକୁ ବୃଦ୍ଧି ଦାବିରେ ସଂସଦ ଭବନ ଆଗରେ ବିକ୍ଷୋଭ ପ୍ରତିବାଦ କରୁଛନ୍ତି ବିଜେଡି ନେତା ଓ କର୍ମୀ । ଧାରଣାରେ ବିଜେଡି ସଂସଦ ଓ ମନ୍ତ୍ରୀ ଉପସ୍ଥିତ ଅଛନ୍ତି । ରାଷ୍ଟ୍ରପତିଙ୍କୁ ଭେଟି  ସ୍ମାରକ ପତ୍ର  ଦେବେ ମୁଖ୍ୟମନ୍ତ୍ରୀ । ପ୍ରତିବାଦର ନେତୃତ୍ବ ନେବାକୁ  ନିଜେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଦିଲ୍ଲୀରେ ପହଁଛିନ୍ତି ସାରିଛନ୍ତି । ୨୦୧୪ ନିର୍ବାଚନ ବେଳେ ବିଜେପି ନିଜ ମେନିଫେଷ୍ଟୋରେ ଏମଏସପି ବୃଦ୍ଧି ନେଇ ପ୍ରତିଶ୍ରୁତି ଦେଇଥିଲା, ତାହା ପୁରଣ ହେଲାନି । ୨୯ଶହ ଟଙ୍କା ଏମଏସପି କରିବା ପାଇଁ ଓଡ଼ିଶାର ପ୍ରସ୍ତାବକୁ କେନ୍ଦ୍ର ଗ୍ରହଣ କରୁନଥିବାରୁ  ଏହାର ପ୍ରତିବାଦ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ଧାରଣା ଦେବା ପାଇଁ ଗତ ୫ ତାରିଖରୁ  ଏକ ସ୍ବତନ୍ତ୍ର ଟ୍ରେନରେ ବିଜେଡ଼ି ନେତା ଓ କର୍ମୀ  ଦିଲ୍ଲୀ ଯାଇଛନ୍ତି ।

   Related Posts