ଏମ୍‌ଏସ୍‌ପି ବୃଦ୍ଧି ପ୍ରସଙ୍ଗରେ ଆସନ୍ତାକାଲି ଦିଲ୍ଲୀରେ ଧାରଣା ଦେବ ବିଜେଡି

Published By : Prameya-News7 Bureau | January 07, 2019 IST

ନୂଆଦିଲ୍ଲୀ ୭|୧: ଆସନ୍ତାକାଲି ଦିଲ୍ଲୀରେ ବିଜେଡି ଦେବ ଧାରଣା । ଏଥିପାଇଁ ଟିମ୍ ବିଜେଡି ଦିଲ୍ଲୀ ମୁହାଁ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସେଠାରେ ପହଞ୍ଚିଛନ୍ତି ।  ଏମଏସପି ୨୯ଶହ ଟଙ୍କାକୁ ବୃଦ୍ଧି ପାଇଁ ଯେଉଁ ପ୍ରସ୍ତାବ ବିଧାନସଭାରେ ପାରିତ ହୋଇଥିଲା ଏହାକୁ କେନ୍ଦ୍ର ମଞ୍ଜୁରୀ ନଦେବା ପ୍ରତିବାଦରେ ବିଜେଡି ଏହି ଧାରଣା ଦେବ ।  ଆସନ୍ତାକାଲି ରାଷ୍ଟ୍ରପତିଙ୍କୁ ଭେଟିବ ବିଜେଡି ପ୍ରତିନିଧି ଦଳ ।  ଚାଷୀମାନଙ୍କୁ ନେଇ ବିଜେଡି ବିଧାୟକ ସାଂସଦ ଓ ନେତାମାନେ ଧାରଣା ଦେବେ ।  ଆଉ ମୁଖ୍ୟମନ୍ତ୍ରୀ ଏହାର ନେତୃତ୍ବ ନେବେ । ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜେପି ୨୦୧୪ ମେନିଫେଷ୍ଟୋରେ ଏମଏସପି ବୃଦ୍ଧି ନେଇ ପ୍ରତିଶ୍ରୁତି ଦେଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରୁନଥିବା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପଟେ ବିଜେଡିର କୃଷକ ସମାବେଶ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଦିଲ୍ଲୀରେ ତାମସା କରି ବିଜେଡି ରାଜନୀତି କରୁଛି । କେନ୍ଦ୍ର ସରକାର ଚାଷୀଙ୍କୁ ଏମଏସପି ବାବଦରେ ୧୭ ଶହ ୬୦ଟଙ୍କା ଦେଉଛନ୍ତି, ତାହାକୁ ଆଗ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାନ୍ତୁ ବୋଲି ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.