ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜିଠାରୁ ବିଜେଡିର ୩ ଦିନିଆ ଧର୍ମଘଟ
7/09/2018 at 1:16 PM

ଭୁବନେଶ୍ୱର ୭/୯ : ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜିଠାରୁ ୩ ଦିନିଆ ଧର୍ମଘଟ କରୁଛି ବିଜେଡି | ଦିନ ୧୦ ଟାରୁ ୧୨ ଟା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ଆଗରେ ପିକେଟିଂ କରୁଛି ବିଜେଡି | ପର୍ଯ୍ୟାୟକ୍ରମେ ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ ବିଜେଡି ଧର୍ମଘଟ କରିବାର ଯୋଜନା ରହିଛି | ତୈଳ ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରି ଲୋକଙ୍କୁ ସଚେତନ କରିବା ଦଳ |