Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ସରପଞ୍ଚଙ୍କୁ ଆକ୍ରମଣ ଅଭିଯୋଗ, ଲାଏ ଡିଟେକ୍ସନ ଟେଷ୍ଟ ଦାବି କଲା ବିଜେଡି

13/10/2021 at 3:47 PM

ଭଦ୍ରକ ୧୩।୧୦: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଖପରପଦା ପଂଚାୟତର ସରପଞ୍ଚ ଗୟାଧର ନାୟକ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟ ନେଇ ଆକ୍ରମଣ ଅଭିଯୋଗ କରିଥିଲେ । ଏହି ଘଟଣା ପରେ ଭାରତୀୟ ଜନତାପାର୍ଟି ରାଜନୀତିକରଣ କରିବା ସହିତ ବିଜୁ ଜନତା ଦଳ ଉପରେ ଦୋଷ ଲଦି କଟୁ ସମାଲୋଚନା କରୁଥିବା ନେଇ ଅଭିଯୋଗ ହୋଇଛି । ବିଜେଡ଼ି ପକ୍ଷରୁ ଖପରପଦା ପଂଚାୟତର ଲୁଣିଆଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।

ଖପରପଦା ସରପଂଚ ଗୟାଧର ନାୟକ ବିଳମ୍ବିତ ରାତିରେ ନିଜ ଘରକୁ ଫେରୁଥିବା ବେଳେ ତାଙ୍କୁ କେହି ବ୍ୟକ୍ତି ଆକ୍ରମଣ କରିଥିଲେ ।  ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ସରପଂଚଙ୍କ ସ୍ତ୍ରୀ ଧୂଷୁରୀ ଥାନାରେ ଅଭିଯୋଗ କରିଥିଲେ । ତାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି । ପୋଲିସ ମଧ୍ୟ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାବେଳେ ଶହୀଦନଗରଠାରେ ଭାରତୀୟ ଜନତାପାର୍ଟି ପକ୍ଷରୁ ଏକ ପ୍ରତିବାଦ ସଭାକରି ସ୍ଥାନୀୟ ବିଜୁ ଜନତା ଦଳକୁ ଦାୟୀ କରିଥିଲା । ତେବେ ତାର ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଖପରପଦା ସରପଞ୍ଚ  ଗୟାଧର ନାୟକଙ୍କୁ ଆକ୍ରମଣ ଘଟଣାର ଧୂଷୁରୀ ପୋଲିସ ସତ୍ୟାସତ୍ୟ ଉନ୍ମୋଚନ କରୁ ବୋଲି କହିଥିଲା । ବିଜୁ ଜନତା ଦଳ ଏକ ଶୃଙ୍ଖଳିତ ଦଳ । ଏହି ଦଳ ଅମାନୁଷିକତାକୁ ପ୍ରସୟ ଦିଏନି । ଉପରୋକ୍ତ ଘଟଣାରେ ଦଳର କୌଣସି ସମ୍ପୃକ୍ତି ନାହିଁ । ଏହି ଘଟଣାରେ ଆହତ ହୋଇଥିବା ଏବଂ ଲିଖତ ଅଭିଯୋଗ କରିଥିବା ଓ ଅଭିଯୁକ୍ତ ବୋଲି ସନ୍ଦେହ କରାଯାଉଥିବା ଲୋକମାନଙ୍କ ଲାଏ ଡ଼ିଟେକ୍ସନ ଟେଷ୍ଟ କରାଯିବା ପାଇଁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷଙ୍କୁ ଦଳ ପକ୍ଷରୁ ନିବେଦନ କରାଯାଇଛି ।

   Related Posts