Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଦରଦାମ ବୃଦ୍ଧି ଯୋଗୁଁ ଛଟପଟ ସାଧାରଣ ଲୋକ, କେନ୍ଦ୍ର ସରକାର ନେଉନାହାନ୍ତି ପଦକ୍ଷେପ : ବିଜେଡି

30/10/2021 at 12:32 PM

ଭୁବନେଶ୍ବର ୩୦।୧୦: ଦରଦାମ ବୃଦ୍ଧି ସମସ୍ତଙ୍କୁ ବାଧୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି ବିଜେଡି । ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଛଟପଟ ହେଉଛନ୍ତି । ପେଟ୍ରୋଲ ଓ ଡିଜେଲ ବୃଦ୍ଧି ସମସ୍ତଙ୍କୁ ଯନ୍ତ୍ରଣା ଦେଉଛି । ସିଲିଣ୍ଡର ପିଛା ୯୦ଟଙ୍କା ବୃଦ୍ଧି ପାଇଛି ବୋଲି ବିଜେଡି କହିଛି । ସିଧାସଳଖ ହାଣ୍ଡିଶାଳରେ ମାଡ ହୋଇଛି । ଦୁଇ ବର୍ଷରେ ପେଟ୍ରୋଲ-ଡିଜେଲ ଦର ଆକାଶ ଛୁଆଁ ହୋଇଛି । ଆତ୍ୟାବଶକୀୟ ଦରଦାମ ୪୦ରୁ ୧୦୦ ପ୍ରତିଶତ ବୃଦ୍ଧି ପାଇଛି । ବେରୋଜଗାର ପ୍ରମୁଖ ସମସ୍ୟା ହୋଇଛି ।

କେନ୍ଦ୍ର ସରକାର କିଛି ପଦକ୍ଷେପ ନେଉ ନାହାନ୍ତି । ଦିଲ୍ଲୀରେ ଥିବା ବିଜେପି ସରକାର ଠିକସେ ଆର୍ଥିକ ପରିଚାଳନା କରୁନାହାନ୍ତି । କରୋନା ପରେ କିଛି ପଦକ୍ଷେପ ନେବେ ବୋଲି କୁହାଯାଉଥିଲା କିନ୍ତୁ କିଛି କେନ୍ଦ୍ର ସରକାର ଦରଦାମ ବୃଦ୍ଧି କମାଇବା ପାଇଁ ପଦକ୍ଷେପ ନେଲେ ନାହିଁ । ଶ୍ରମିକ ଓ ସାଧାରଣ ଲୋକେ ହଇରାଣ ହେଉଛନ୍ତି ।

ଉଜ୍ଜଳା ଯୋଜନାରେ ପ୍ରଲୋଭନ ଦେଖାଇ । ଆସନ୍ତ ୩୧ ତାରିଖରେ ଦରଦାମ ବୃଦ୍ଧି ବିରୋଧରେ ରାଜଭବନ ଆଗରେ ଗଣଧାରଣ ଦେବ ବିଜେଡି । ନଭେମ୍ବର ୧ରେ ସବୁ ୧୪୭ ବିଧାନସଭା ମଣ୍ଡଳୀରେ ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯିବ । ନଭେମ୍ବର ୫ ତାରିଖରେ ଯୁବ ମୋର୍ଚ୍ଚା ପକ୍ଷରୁ ପେଟ୍ରୋଲ ପମ୍ପ୍ ଆଗରେ ବିକ୍ଷୋଭ କରାଯିବ । କୋଲ୍ ରୟାଲିଟି ବଢ଼େଇଲେ ରାଜ୍ୟ ସରକାର ତେଲ ଉପରୁ ଭାଟ୍ କମେଇବୁ । ରାଜ୍ୟ ସରକାର ଦାବି ଶୁଣିନାହାନ୍ତି କେନ୍ଦ୍ର ସରକାର । କେବଳ ଭାଟ୍ କମାଇବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଉଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଏବଂ ପ୍ରମିଳା ମଲ୍ଲିକ ଉପସ୍ଥିତ ଥିଲେ ।

   Related Posts